ସ୍ୱାୟତ୍ତ ଶାସନ ଦିବସରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବକ୍ତବ୍ୟ !

0
207
ସ୍ୱାୟତ୍ତ ଶାସନ ଦିବସରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୦୮) : କାଶୀନଗର ପୌର ପରିଷଦ ର ଉନ୍ନୟନ କାର୍ଯ୍ୟକ୍ରମ କୁ କେହି ଅଟକାଇ ପାରିବେ ନାହିଁ ବୋଲି ଆଜି ସ୍ୱାୟତ୍ତ ଶାସନ ଦିବସରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ।

ଆଜି ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସରେ କାଶୀନଗର ପୌର ପରିଷଦ ତରଫରୁ ଆୟୋଜିତ ଏକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୌର ଅଧ୍ୟକ୍ଷା ଶ୍ରୀମତୀ ଏମ. ସୁଧା ରାଣୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ, ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ କାଶୀନଗର, ଗୋଶାଣି ଓ ଗୁମ୍ମା ବ୍ଲକ ର ଅଧ୍ୟକ୍ଷ, ଅଧ୍ୟାକ୍ଷା ମାନେ ଯୋଗ ଦେଇଥିଲେ । ପ୍ରଥମେ ପତାକା ଉତ୍ତୋଳନ କରାଯାଇ ଥିଲା । ଶ୍ରୀମତୀ ସୁଧା ରାଣୀ ମନ୍ତ୍ରୀ ଙ୍କୁ ଆଜିକା ଦିନରେ ପଶିଥିବାରୁ ଖୁସି ପ୍ରକଟ କରିଥିଲେ । ଉପାଧ୍ୟକ୍ଷ ଶ୍ରୀ ସାହୁ ୱାର୍ଡ ନ ୧ ଠାରୁ ୧୦ ପର୍ଯ୍ୟନ୍ତ ବଂଶଧାରା ନଦୀରେ ହୁଡ଼ା ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଜିଲ୍ଲା ପରିଷଦ ଅଧ୍ୟାକ୍ଷ ଶ୍ରୀ ରାଓ ଗୁଣୁପୁର ସହ ତୁଳନା କରି କାଶୀନଗର ର ଉନ୍ନୟନ କରିବାକୁ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ମନ୍ତ୍ରୀ ଭେଣ୍ଡିଂ ଜୋନ କାଶୀନଗର ସେଲ୍ଫି ଇତ୍ୟାଦି ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଉଦଘାଟନ କରିଥିଲେ । ପୌର ନିର୍ବାହୀ ଅଧିକାରୀ ଡା ସତ୍ୟ ସଂପୂର୍ଣ୍ଣା ରାଉତ ଧନ୍ୟବାଦ ଦେଇଥିଲେ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ଵଚ୍ଚ ବିଦ୍ୟାଳୟ ଭାବେ ମାଜାଲା ସାହି ଉଚ୍ଚ ବିଦ୍ୟାଳୟ ପୁରସ୍କୃତ ହୋଇଥିଲା ।