ଟୋକିମରା-କୁଆଁରୀ ରକତେ ନିଆଁଲି ପଲ୍ଲୀ ପୁସ୍ତକ ଉନ୍ମୋଚନ ଓ ଲୋକାର୍ପଣ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୩/୦୮/୨୦୧୯): ଆଦିବାସୀ ସଂସ୍କୃତି ଵିଧି ବିଧାନ ଓ ତାଙ୍କରି ଜୀବନୀ ଧାରାକୁ ନେଇ ପଲ୍ଲୀ ଜୀବନୀରେ ସାମାଜିକ ସମସ୍ୟା ଉପରେ ଆଧାରିତ ଏକ ଗବେଷଣାତ୍ମକ ଉପାନ୍ୟାସ ଟୋକିମୋରା-କୁଆଁରୀ ରକତେ ନିଆଲି ପଲ୍ଲୀର ଶୁଭ ଉନ୍ମୋଚନ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ କର କମଳରେ ହୋଇଯାଇଛି |

ଏହି ଉପନ୍ୟାସଟି ନିପଟ ଗାଉଁଲି ସାମାଜିକ ଚାଲିଚଲଣ ପରମ୍ପରା ଓ ସଂସ୍କୃତିକୁ ଜୀବନ୍ତ କରି ପ୍ରାକ ଐତିହାସିକ ଯୁଗରୁ ପାଳିତ ହୋଇ ଆସୁଥିବା ଅନୁସୂଚିତ ଜାତି ଓ ଜନଜାତିର ପୂର୍ବ ପରମ୍ପରା ସାମାଜିକ ଚଳଣି ଓ ସମସ୍ୟାକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି | ଯାହାକି ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜ଼ିଲ୍ଲାର କିଛି ଅଂଶରେ ଆଦିବାସୀଙ୍କ ସଂସ୍କୃତିରେ ପ୍ରତିଫଳନ ହୋଇଛି | ଏହି ଉପାନ୍ୟାସକୁ ରଚନା କରିଥିଲେ ବହୁ ଚର୍ଚ୍ଚିତ କାଶୀପୁର ବ୍ଲକର ବିରଞ୍ଚି ନାୟକଙ୍କ ପୁତ୍ର ଅରୁଣ ନାୟକ | ସେ ରାୟଗଡା କଲେଜରେ ଡ଼ିଗ୍ରୀ ସମାପ୍ତ କରି ଭୁବନେଶ୍ୱରରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ସାମ୍ବାଦିକତା କରି ନିଜର ଜନ୍ମ ଭୂମି କାଶୀପୁରକୁ କର୍ମ ଭୂମି ରୂପେ ଆଦରି ନେଇଛନ୍ତି | ଆଜିର ଏହି କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଉଲାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡା ଜ଼ିଲ୍ଲା ପରିଷଦ ସଭ୍ୟ ଗୌରୀ ଶଙ୍କର ଓ ଅମ୍ବିକା ବିଡିକା ଉପସ୍ଥିତ ରହିଥିଲେ |

Comments are closed.