ଗରମ ପାଣି ଢାଳିହୋଇ ଦୁଇ ବର୍ଷ ଶିଶୁ ଗୁରୁତର, କୋରାପୁଟ ମେଡିକାଲରେ ଭର୍ତ୍ତି

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୩/୦୮): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତର କଟ୍ରାଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି | ଗତ କାଲି ବିଳମ୍ବିତ ରାତିରେ ଉକ୍ତ ଗ୍ରାମର ସନିଆ ନାୟକଙ୍କ ଦୁଇ ବର୍ଷର ଝିଅ ନିଜ ଦେହରେ ଗରମ ପାଣି ଢାଳି ହୋଇ ଯାଇଥିଲେ ଯାହା ଫଳରେ ଝିଅର ଦେହର ଅଧିକାଂଶ ଜାଗା ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି |

ପରିବାର ଲୋକେ ସଙ୍ଗେ ସଙ୍ଗେ ରାତିରେ ବାଇକରେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ସେଠାରେ ପ୍ରାଥମିକ ଚିକିତ୍ସା କରାଯାଥିଲା କିନ୍ତୁ ଗୁରୁତର ଥିବା ଯୋଗୁଁ ଆଜି କୋରାପୁଟ ଶହୀଦ ଲଷ୍ମଣ ନାୟକ ମେଡିକାଲ କଲେଜକୁ ୧୦୮ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି | ନିଜ ଘରେ ପଡୋଶୀ ଝିଅ ସହ ଖେଳୁଥିବା ବେଳେ ସେଇ ଛୋଟ ଝିଅ ଉପରେ କାଠଚୁଲି ନିକଟରେ ରଖିଥିବା ଗରମ ପାଣି ଢାଳି ହେବା ଫଳରେ ଏହି ଅଘଟଣ ଘଟିଛି ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି | ଆଦିବାସୀ ନିରୀହ ଗରିବ ସାଙ୍ଗକୁ ନିରକ୍ଷର ହେତୁ ମେଡିକାଲ ପରିଷରରେ ପରିବାର ଲୋକଙ୍କୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ବୋଲି ସନିଆ ପ୍ରକାଶ କରିଛନ୍ତି |

Comments are closed.