ସ୍ପୋକେନ୍ ଟ୍ୟୁଟୋରିଆଲ ଏକାଡେ଼ମିକ ଏକ୍ସସିଲାନ୍ସ ଆୱାର୍ଡ-୨୦୨୨ ରେ GIET ସମ୍ମାନିତ

0
112
ସ୍ପୋକେନ୍ ଟ୍ୟୁଟୋରିଆଲ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩୦/୦୮) : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରଯୋଜିତ ତଥା ଆଇ ଆଇ ଟି ବମ୍ବେ ର ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଆନୁକୂଲ୍ୟରେ ପୂର୍ବ ଭାରତ ର ଅଗ୍ରଣୀ ଯାନ୍ତ୍ରିକ ଓ ବୈଷୟିକ ବିଶ୍ଵ ବିଦ୍ୟାଳୟ ଗୁଣୁପୁର ସ୍ଥିତ ଜି.ଆଇ.ଇ.ଟି. ବିଶ୍ଵ ବିଦ୍ୟାଳୟ କୁ ”ସ୍ପୋକେନ୍ ଟ୍ୟୁଟୋରିଆଲ ଏକାଡେ଼ମିକ ଏକ୍ସସିଲାନ୍ସ ଆୱାର୍ଡ -୨୦୨୨” ରେ ସମ୍ମାନିତ କରାଯାଇଅଛି lWhatsApp Image 2022 08 30 at 5.05.54 PM 1 ସ୍ପୋକେନ୍ ଟ୍ୟୁଟୋରିଆଲ ଏକାଡେ଼ମିକ ଏକ୍ସସିଲାନ୍ସ ଆୱାର୍ଡ-୨୦୨୨ ରେ GIET ସମ୍ମାନିତ

ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ଅବସରରେ ଆଇ ଆଇ ଟି ବମ୍ବେରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରୋଜେକ୍ଟ ସଂଯୋଜକ ପ୍ରଫେସର କନ୍ନନ ଏମ. ମୋଡ଼ଗଲୟା ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟ ର ସଂଯୋକକ ତଥା ପ୍ରଫେସର ସତ୍ୟ ନାରାୟଣ ଦାସ ଙ୍କୁ ମାନପତ୍ର ସହ ଫଳକ ପ୍ରଦାନ କରିଛନ୍ତି l ସ୍ପୋକେନ୍ ଟ୍ୟୁଟୋରିଆଲ ର ଫ୍ରି ଲେର୍ନିଙ୍ଗ ଅନ ଓପେନ ସୋର୍ସ ସଫ୍ଟୱେର ଏବଂ ମେସିଭି ଓପେନ ଅନଲାଇନ କୋର୍ସ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତାଲିମ, ପ୍ରସାର ଏବଂ ବହୁ ମାତ୍ରାରେ ସଚେତନତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଅଛି l

ଏହି ସଫଳତା ନିମନ୍ତେ ବିଶ୍ଵ ବିଦ୍ୟାଳୟ ର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଉପ-ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା, ମହା ନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, କୁଳପତି ଡ଼ଃ ଗୌତମ ଘୋଷ, ରେଜିଷ୍ଟାର ଡ଼ଃ ଏନ.ଭି. ଜଗନ୍ନାଧା ରାଓ ପ୍ରମୁଖ ସ୍ପୋକେନ୍ ଟ୍ୟୁଟୋରିଆଲର ପ୍ରୋଜେକ୍ଟ ସଂଯୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l