Friday, March 29, 2024

Top 5 This Week

Related Posts

ଗଣେଶ ପୂଜା ହେତୁ କାଶୀନଗର ସହର ଉତ୍ସବ ମୁଖର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୦୮) : ଆସନ୍ତାକାଲି ଗଣେଶ ପୂଜା ହେଉଥୁବାରୁ କାଶୀନଗର ସହର ଉତ୍ସବ ମୁଖର ହୋଇ ଉଠିଛି l

ଦୀର୍ଘ ୪୫ ବର୍ଷ ହେଲା କାଶୀନଗର ବ୍ରାହ୍ମଣ ସାହି ଯୁବକ ମାନେ ସ୍ଥାନୀୟ ବସ ଷ୍ଟାଣ୍ଡରେ ଗଣେଶ ପୂଜା କରି ଆସୁଥିଲେ, ଏବେ ସ୍ଥାନୀୟ ବସ ଷ୍ଟାଣ୍ଡ ଅଞ୍ଚଳ ର ବ୍ୟବସାୟୀ ମାନେ ପୂଜାକୁ ଆଗକୁ ବଢ଼ାଇ ନେଇଛନ୍ତି l ଚଳିତ ବର୍ଷ ମହା ଆଡମ୍ବରରେ ପୂଜା ହେଉଛି l ସେହିଭଳି ସହର ର ହରିଜନ ସାହି, ମାଜାଲା ସାହି, ଫରେଷ୍ଟ ଛକ, ଟାଟା ଛକ, ହନୁମାନ ୟୁଥ କ୍ଲବ, ନୂଆ କାଶୀନଗର ଏସ ବି ଆଈ ଛକ ବ୍ୟତୀତ ଅନେକ ସାହି ଗଳିରେ ଏହି ପୂଜା ହେବ l ମୂର୍ତ୍ତି, ପୂଜାସାମଗ୍ରୀ ଭୋଗ ରାଗ ଓ ଡେକୋରେସନ ପଶିଣ ରଙ୍ଗ କାଗଜ କିଣିବାକୁ ବିଭିନ୍ନ ଗ୍ରାମ ରୁ ଲୋକେ କାଶୀନଗର ସହରରେ ଭର୍ତ୍ତି ହୋଇଛନ୍ତି ଏଣୁ ଲୋକ ଙ୍କ ଖଚ୍ଛା ଖଚ୍ଚ ଭିଡ଼ ରହିଛି l

Popular Articles