Tuesday, September 29, 2020
Home Government News କୁମିଆପାଲି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

କୁମିଆପାଲି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୧୩/୦୮): ଲୋଇସିଂହା ବ୍ଲକ ଅନ୍ତର୍ଗତ ଆଭ୍ୟନ୍ତରୀଣ ରେଙ୍ଗାଲି ପଂଚାୟତର କୁମିଆପାଲି ଗ୍ରାମ ବାସିନ୍ଦା ସମ୍ପୂର୍ଣ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । କୁମିଆପାଲି ଗ୍ରାମବାସୀ ସୁକତେଲ ନଦୀ ପାର ହୋଇ ଚୁଡାପାଲିକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ସମ୍ପ୍ରତି ଭରା ନଈ ପାରି ହୋଇ ଅନ୍ୟତ୍ର ଆସିବା ସମ୍ଭବ ନୁହେଁ ।

କୁମିଆପାଳି-ରେଙ୍ଗାଲି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ବେଳେ କୁମିଆପାଳି-ପୋଢ଼ମୁଁଣ୍ଡ ରାସ୍ତାରେ ମଧ୍ୟ ତିନୋଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ଗ୍ରାମକୁ ରହିଥିବା ସଂଯୋଗୀକରଣ ରାସ୍ତା ବିଛିନ୍ନ ହୋଇପଡିଛି । ଫଳରେ ସ୍ଥାନୀୟ ବାସିନ୍ଦା ଦୁଇ ଦିନ ହେଲା ଏକ ରକମର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଯୁଦ୍ଧ କାଳୀନ ଭିତ୍ତିରେ ଏହି ରାସ୍ତକାମର ମରାମତି କରାଯିବା ସହିତ ସୁକତେଲ ନଦୀରେ ଡ଼ଙ୍ଗାର ବ୍ୟବସ୍ଥା କରାଯିବା ସକାଶେ ସ୍ଥାନୀୟ ସମିତି ସଭ୍ୟ ବ୍ୟାସଦେବ ଥନାପତି ଦାବି କରିଛନ୍ତି । ସେହିପରି ନିକଟସ୍ଥ ପରଧିଆପାଲି ଗ୍ରାମଟି ମଧ୍ୟ ସମ୍ପୂର୍ଣ୍ଣ ଜଳଘେରରେ ରହିଥିବା ବେଳେ ଆଜି ବଲାଂଗୀରରୁ ଓଡ୍ରାଫ ଟିମ ପହଂଚି ପ୍ରଭାବିତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣାଯାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମହିଳା ସଶକ୍ତିକରଣ ଆୱାର୍ଡରେ ସଂମ୍ମାନିତ ରିତାରାଣୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା(୨୮/୦୯): ଭାରତୀୟ ମହିଳା ଅଲମ୍ପିକ ଆସୋସିଏସନ ତରଫରୁ ଯେ, କୌଣସି କର୍ମଜୀବି ମହିଳା ଯେ, କୌଣସି ସାମାଜିକ କାର୍ଯ୍ୟରେ ପାରଙ୍ଗମ ଥିବେ ଓ ସେମାନଙ୍କର ପ୍ରମାଣ ପତ୍ରକୁ...

ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା,ରାୟଗଡା (୨୮/୦୯): ଆଜି ମୁନିଗୁଡା ଵ୍ଲକର ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ କୁଟ୍ରାଗଡଠାରେ ବନ୍ଧୁ ମିଳନ ସହ ନୈଶ୍ୟ ଭୋଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି...

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

Recent Comments

%d bloggers like this: