ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୧୪/୦୮): ଗତ ଦୁଇଦିନ ଧରି ପ୍ରବଳ ବନ୍ୟାରେ ଲୋଇସିଂହା ବ୍ଳକର ସାରସମୁଣ୍ଡା ଗ୍ରାମର ଶତାଧିକ ବ୍ୟକ୍ତି ଜଳବନ୍ଦୀ ହୋଇ ରହିଥିଲେ । ଗ୍ରାମକୁ ଯାଇଥିବା ରାସ୍ତାଟି ବର୍ଷାରେ କଟି ଯାଇଥିବା ବେଳେ ଅଧିକାଂଶ ଘରକୁ ବର୍ଷା ପାଣି ପ୍ରବେଶ କରିବା ଯୋଗୁଁ ଅନେକଙ୍କ ଚୁଲି ଜଳି ନଥିଲା ।

ଖବର ପାଇ ସ୍ଥାନୀୟ ମାହେଶ୍ୱରୀ ସଙ୍ଗଠନର ଦେବାଶିଷ ବିଶୋଇ, ସୁଦାମ ଝାଙ୍କର, ଯଶୋବନ୍ତ ମାହାଣା, ଅଭିଳାଷ ବେହେରା, ରାଜେଶ ମାହାଣା, ଉଜଳ ସେନାପତି, ଶମ୍ଭୁ ଧରୁଆ ପ୍ରମୁଖ ଗ୍ରାମକୁ ଯାଇ ପୀଡିତ ବ୍ୟକ୍ତିଙ୍କ ସହିତ ଆଲୋଚନା କରିଥିଲେ । ପରେ ଏ ବାବଦରେ ବିଡ଼ିଓଙ୍କୁ ସାକ୍ଷାତ କରିବା ସହିତ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ବନ୍ୟା ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କ ପାଇଁ ଚୁଡା, ଚିନି ଓ କଦଳିର ବ୍ୟବସ୍ଥା କରିଥିଲେ । ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ପୀଡିତ ବ୍ୟକ୍ତିଙ୍କ ପାଇଁ ସହାୟତାର ହାତ ବଢାଇଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବିଜେପି କର୍ମୀ ରାଜୁ ସାହୁ, ଭୁତନାଥ ନାୟକ, ରାମଚନ୍ଦ୍ର ସାହୁ ପ୍ରମୁଖ ୧ କିମି ପାଦରେ ଚାଲି ଚାଲି ଯାଇ ୩୧୮ ଲୋକଙ୍କୁ ମଧ୍ୟରାତ୍ରୀ ସୁଦ୍ଧା ଖାଦ୍ୟ ବଣ୍ଟନ କରିଥିଲେ । କିଛି ବ୍ୟକ୍ତିଙ୍କ ଘର ବର୍ଷାରେ ଭୁଶୁଡି ଯାଇଥିବାରୁ ସେମାନଙ୍କୁ ସ୍ଥାନୀୟ ହରେକୃଷ୍ଣ ମହତାବ ହାଇସ୍କୁଲରେ ରଖାଯିବା ସହିତ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।

Comments are closed.