Advertisements
Sunday, July 5, 2020
Home Government News ଦୁର୍ବିପାକରେ ମୃତ୍ୟୁ ଘଟିଥିବା ୩ ପରିବାରକୁ ମିଳିଲା ସହାୟତା

ଦୁର୍ବିପାକରେ ମୃତ୍ୟୁ ଘଟିଥିବା ୩ ପରିବାରକୁ ମିଳିଲା ସହାୟତା

ରିପୋର୍ଟ – ଜଗନ କୁମାର ସେଠୀ
କୋଦଳା (୧୪/୦୮): କୋଦଳା ତହସିଲ ଠାରେ ମଙ୍ଗଳବାର ପ୍ରାକୃତିକ ଦୁର୍ବିପାକ ଜନିତ ଅକାଳରେ ଜୀବନ ଚାଲିଯାଇଥିବା କୋଦଳା ତହସିଲ ଅନ୍ତର୍ଗତ ୩ଟି ପରିବାରକୁ ମୃତ୍ୟୁ କ୍ଷତି ପୂରଣ ସହାୟତା ରାଶି ପ୍ରଦାନ କରାଯାଇଛି | ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଦ୍ଵାରା ଏହି ସହାୟତା ରାଶି ଚେକ୍ ମାଧ୍ୟମରେ ଦିଆଯାଇଛି |

କୋଦଳା ତହସିଲ କାର୍ଯ୍ଯାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସମେତ ବହୁ ପଦାଧିକାରୀ ମାନେ ଉପସ୍ଥିତ ଥିଲେ | ଉଲ୍ଲେଖ ଯୋଗ୍ୟ ଯେ, ଆଯକୁ ପ୍ରାୟ ୯ ମାସ ତଳେ ସାତନଳର ୪୪ ବର୍ଷୀୟ କୃଷ୍ଣ ସାମଲ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ କୋଦଳାର ୧୦ ବର୍ଷର ବାଳକ ବାବୁଲା ମୁନି ଓ ଚଣ୍ଡପଲୀର ୫୨ ବର୍ଷୀୟ କାଳୁ ମୁନି ବିଶାକ୍ତ ସର୍ପ ଦଂଶନରେ ମୃତ୍ୟୁ ଘଟିଥିଲା | ଏ ସମସ୍ତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦିଆଯାଇଛି | ଏହି ଅର୍ଥକୁ ପରିବାରର କଲ୍ଯାଣ ନିମନ୍ତେ ଖର୍ଚ୍ଚ କରିବାକୁ ବିଧାୟିକା ହିତାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: