ଲକ୍ଷାଧିକ ଟଙ୍କା ର ଶାଲ କାଠ ସହ ପିକଅପ ଜବତ

0
141
ଲକ୍ଷାଧିକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୯/୮) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଲକ୍ଷାଧିକ ଟଙ୍କା ର ଶାଲ କାଠଗଣ୍ଡି ଜବତ କରିବା ସହିତ ବ୍ୟବହୃତ ପିକଅପ କୁ ମଧ୍ୟ ଜବତ କରିଛି ।WhatsApp Image 2022 08 30 at 9.49.55 AM ଲକ୍ଷାଧିକ ଟଙ୍କା ର ଶାଲ କାଠ ସହ ପିକଅପ ଜବତ

ସୂଚନା ଅନୁସାରେ ପାହାନ୍ତିଆ ସମୟରେ ଉଲୁଣ୍ଡା ପଟରୁ ମହାନଦୀ ପାରହୋଇ ଏକ ପିକଅପ ନଂ (OD 31 D 4886) ଯୋଗେ ବିନିକା ପଟକୁ ଶାଳ କାଠ ଆସୁଥିଲା କୌଣସି ସୂତ୍ରରୁ ବନବିଭାଗ ଖବର ପାଇ ଗୁଲାପଡାରେ ଉକ୍ତ ପିକଅପ କୁ ଅଟକାଇ ଥିଲା । ତେବେ ଘଟଣା ସ୍ଥଳରୁ ଗାଡି ଛାଡି ଡ୍ରାଇଭର ଫେରାର ମାରିଥିବା ବେଳେ ଉକ୍ତ ଗାଡି ରୁ ଲକ୍ଷାଧିକ ଟଙ୍କା ର ଶାଳ କାଠ କୁ ବନବିଭାଗ କାର୍ଯ୍ୟାଳୟ କୁ ଅଣାଯାଇଥିଲା ।

୪ ରୁ ୮ ଫୁଟ ଲମ୍ବ ର ୪୦ ଟି କାଠଗଣ୍ଡି ବାହାରିଥିଲା । ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ବିନିକା ବନବିଭାଗ କାର୍ଯ୍ୟାଳୟରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଏହି ଚଢ଼ାଉରେ ବିନିକା ବନବିଭାଗ ଅଧିକାରୀ ଡମ୍ବରୁଧର ପ୍ରଧାନ, ବିନିକା ଫରେଷ୍ଟର ଜନାର୍ଦ୍ଧନ ସ୍ୱାଇଁ, ରାମପୁର ଫରେଷ୍ଟର ପଦ୍ମଲୋଚନ ଭୋଇ ପ୍ରମୁଖ ଙ୍କ ସମେତ ପାରସ ସ୍କୁଆର୍ଡ କବି ଝାଙ୍କର, ସାନ ଭୋଇ, ସୁଜିତ ମେହେର ପ୍ରମୁଖ ସାମିଲ ଥିଲେ ।