Advertisements
Sunday, July 5, 2020
Home District News ରାୟଗଡାରେ ୭୩ ତମ ସ୍ବାଧୀନତା ଦିବସ ପାଳିତ

ରାୟଗଡାରେ ୭୩ ତମ ସ୍ବାଧୀନତା ଦିବସ ପାଳିତ

ରିପୋର୍ଟ- ଗୋପୀନାଥ ଗୌଡ଼
ରାୟଗଡା(୧୫/୦୮/୧୯): ରାୟଗଡ଼ା ଜିସିଡି ପଡିଆ ପରିସରରେ ୭୩ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିଵସ ପାଳିତ ହୋଇଛି ।

ଏହି ଅବସରରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମିଳିତ ପ୍ୟାରେଡ଼କୁ ସମ୍ବୋଧିତ କରିଥିଲେ। ଦେଶ ସ୍ବାଧୀନ ପାଇଁ ଯେଉଁ ମାନେ ନିଜକୁ ବଳିଦାନ ଦେଇଛନ୍ତି ସେମାନଙ୍କୁ ମନ ପକାଇବା ସହ ଏକ ମନ ଏକ ଦେଶ ଗଠନ ଦିଗରେ ସମସ୍ତେ ଏକତ୍ରିତ ହେବା ଦରକାର ବୋଲି ସେ କହିଥିଲେ। ଆୟୋଜିତ ଏହି ପ୍ୟାରେଡ଼ରେ ପ୍ରାୟ ୪୦ଉର୍ଦ୍ଧ ଦଳ ଭାଗ ନେଇଥିଲେ।

ପରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ମୁଖ୍ୟ ଅତିଥି ସ୍ବାଧୀନତା ଦିବସ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି ଶର୍ବଣା ବିବେକ୍ ଏମ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: