Thursday, March 28, 2024

Top 5 This Week

Related Posts

ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୦୮) : ଆଜି ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ର ଗଜପତି ଇଣ୍ଡର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି ।WhatsApp Image 2022 08 30 at 8.07.29 AM ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ସଦର ମହକୁମା ଠାରେ ଆଜି ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରଳାଖେମୁଣ୍ଡି ମୁନିସିପାଲିଟି ଅଧ୍ୟାକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲଙ୍କା ମଧୁ, କାଶୀନଗର ପୌର ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, ପାରଳାଖେମୁଣ୍ଡି ମୁନିସିପାଲିଟି ର ନିର୍ବାହୀ ଅଧିକାରୀ ଶ୍ରୀ ଜୁବିଲି ବେହେରା, କାଶୀନଗର ନିର୍ବାହୀ ଅଧିକାରୀ ଶ୍ରୀମତୀ ସତ୍ୟ ସଂପୂର୍ଣ୍ଣା ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ନଟବର ଗରଡ଼ା ଯୋଗଦେଇ ଆଜି ଦିନ ର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ ।

ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ଖେଳ କୁଦରେ କୃତିତ୍ତ୍ୱ ପାଇଥିବା ଖେଳାଳୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା ଗଜପତି ଜିଲ୍ଲାରେ ହକି ଖେଳ କୁ ପ୍ରଚାର ଓ ପ୍ରସାର ପାଇଁ ଜଣେ ଦକ୍ଷ କୋଚ ଙ୍କୁ ନିଯୁକ୍ତି ମିଳିଥିବାରୁ ଏହି ସଭାରେ ଆନନ୍ଦ ପ୍ରକାଶ ପାଇଥିଲା । ପ୍ରବାଦ କ୍ରୀଡ଼ା ପୁରୁଷ ଧ୍ୟାନ ଚାନ୍ଦ ଙ୍କୁ ସ୍ମରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କ୍ରୀଡ଼ାବିତ ମାନେ ଯୋଗ ଦେଇଥିଲେ । ଗଜପତି ଜିଲ୍ଲାରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ପଣ୍ଡା କହିଥିଲେ ।

Popular Articles