ହରିଶଙ୍କର ଶୈବ ପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼

ରିପୋର୍ଟ-ଭୋଜରାଜ ବରିହା (ଖପ୍ରାଖୋଲ)
ହରିଶଙ୍କର(୧୨/୦୮): ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଳକରେ ଥିବା ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ଜଳ ଲାଗି ପାଇଁ ଶ୍ରାବଣ ମାସର ଶେଷ ସୋମବାର ଥିବାରୁ ହଜାର ହଜାର ବୋଲବମ କାଉଡ଼ିଆଙ୍କର ଭିଡ଼ ଦେଖାଯାଇଥିଲା |

ହରିଶଙ୍କରର ପାପନାସିନୀ ଝରଣା ଜଳଆଣି ହରିଶଙ୍କର ହର ମହାଦେବକୁ ଜଳ ଅର୍ପଣ କରି, ହରିଶଙ୍କରଠୁ ପାଣି ନେଇ ନିଜ ନିଜ ଅଞ୍ଚଳରେ ଥିବା ଶିବ ମନ୍ଦିରକୁ ଜଳ ଲାଗି ପାଣି ନେଇ ଥାନ୍ତି ଶିବ ଭକ୍ତ ମାନେ | ଏହି ଶୈବ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ଆସୁଥିବା ଦେଖିବାକୁ ମିଳିଛି ।

Comments are closed.