Friday, March 29, 2024

Top 5 This Week

Related Posts

ଲଗାଣ ବର୍ଷା ଓ ବନ୍ୟାରେ ଫସଲ ନଷ୍ଟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୯/୦୮) : ମାସେ ରୁ ଅଧିକ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଚାଷୀ ମାନଙ୍କ ମୁଣ୍ଡ ବ୍ୟଥା ର କାରଣ ପାଲିଟିଛି ।

ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ହରଭଙ୍ଗା ବ୍ଲକ ର ହରଭଙ୍ଗା, କୁଡ଼ାସିଙ୍ଗା, ବୁକେସିଙ୍ଗା, ଭେଜିଗୋରା, ସଦଳଗଣ୍ଡା, ଧଳପୁର, କୁମାରୀ, ତୀରଡ଼, ଡିଆଁଘାଟ, ସୁରୁଣ୍ଡି, ପାଣିଘରା, ଉଁଆଳ, ରାମଗଡ, କୋଇଲିସୁତା, ପଲସାପାଟ, ପ୍ରଗଲପୁର, ସାମ୍ପୋଚ, ହାଟଗାଁ, କରଡ଼ି, ଆଦି ଗ୍ରାମରେ ବିଭିନ୍ନ ଗହୀର ର ଧାନଜମି ଦୀର୍ଘ ଦିନ ଧରୀ ଜଳମଗ୍ନ ହୋଇ ଶହ ଶହ ଚାଷୀଙ୍କ ହେକ୍ଟର ହେକ୍ଟର ଜମି ର ରୁଆ ହୋଇଥିବା ଧାନ ପାଣିରେ ବୁଡ଼ି ସଢ଼ି ନଷ୍ଟ ହୋଇଥିବା ଦେଖାଦେଇଛି ।

ବହୁ କଷ୍ଟ କରି ଓ ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ଚାଷୀମାନେ ଧାନ ରୋଇଥିଲେ । ବାରମ୍ବାର ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଯୋଗୁଁ ଜମିରେ ପାଣି ରହିବାରୁ ଶହ ଶହ ଏକର ରୁଆ ଧାନ ପଚି, ସଢ଼ି ଜମି ସବୁ ପଡିଆ ହେଇଗଲାଣି । ଏହି ସବୁ ଜମିକୁ ପୁଣି ଥରେ ରୋଇବା ପାଇଁ ଚାଷୀ ଖର୍ଚ୍ଚାନ୍ତ ହୋଇ କେତେକ ରୋଇଥିବା ଦେଖିବାକୁ ମିଳିଛି । ଆଉ କେତେକ ବିଲରେ ବର୍ଷା ପାଣି ଜମିରୁ ନିଷ୍କାସନ ହୋଇପାରୁ ନଥିବାରୁ ଜମି ସବୁ ପଡିଆ ହେଇଥିବାରୁ ଦେଖିବାକୁ ମିଳିଛି । ବର୍ଷକ କିପରି ପରିବାର ଚଳାଇବେ, ବିଶେଷ କରି ଧାନ ଚାଷ ପାଇଁ ବ୍ୟାଙ୍କ ଓ ସମବାୟ ସମିତିରୁ ଆଣିଥିବା କୃଷି ଋଣକୁ କିପରି ସୁଝିବେ ସେ ଚିନ୍ତା ଚାଷୀଙ୍କୁ ଘାରିଛି । ଫଳରେ ଧାନ ଚାଷ ଉଜୁଡି ଯିବାରୁ ଚାଷୀଙ୍କ ଦୁର୍ଦ୍ଦଶା ଦ୍ଵିଗୁଣିତ କରିଛି ।

ରାଜସ୍ଵ ବିଭାଗ ର ଗତକାଲି କ୍ଷୟକ୍ଷତି ଆକଳନ କରାଯାଇଛି । ଏଣୁ ରାଜ୍ୟ ସରକାର ଏହି ଅଞ୍ଚଳ ଚାଷୀଙ୍କର ଋଣ ଛାଡ଼ କରିବା ପାଇଁ ହରଭଙ୍ଗା ଅଞ୍ଚଳ ଚାଷୀ ସର୍ବଶ୍ରୀ ଭିକାରି ମାଝୀ, ବାଳକୃଷ୍ଣ ଭୋକ୍ତା, ଧ୍ରୁବଚରଣ ସାହୁ ପ୍ରମୁଖ ଦାବୀ କରିଛନ୍ତି । କୃଷି ବୀମା କରିଥିବା ଚାଷୀଙ୍କୁ ବୀମା ପ୍ରଦାନ ଚାଷୀମାନେ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି ।

Popular Articles