Related Contents

ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଓ ରାୟଗଡା ବିଧାୟକଙ୍କ କାଶୀପୁର ଗସ୍ତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୨/୦୮): ଗତ କାଲି ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜଗନାଥ ସାରକା ମାଲକାନଗିରି ଓ କୋରାପୁଟ ଜ଼ିଲ୍ଲା ଗସ୍ତ କରି ଲକ୍ଷ୍ମୀପୁର ଟିକିରି ରାସ୍ତା ଦେଇ କାଶୀପୁର ଗସ୍ତ କରିଥିଲେ |

ଏ ସମୟରେ କାଶୀପୁର ବ୍ଲକ ସୀମାନ୍ତ କାଂଶରୀଗୁଡା ଠାରେ ମନ୍ତ୍ରୀଙ୍କୁ ଵିକେଡ଼ି ଦଳର ମହିଳା ସଭା ନେତ୍ରୀ ଅନୁଶୁୟା ମାଝୀ ଜଗଦୀଶ ପାତ୍ର କୋମଳ ସାଉଁଟା କୈଳାଶ ନାଇକି ବିନୋଦ ନାୟକ ପତାଡ଼ି ମାଝୀ ବିଡ଼ିଓ ଡେଵଧାର ପ୍ରଧାନ ଓ ପ୍ଲସ ଅଧିକାରୀ ମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ | ଲକ୍ଷ୍ମୀପୁର ଟିକିରି ରାସ୍ତା ଦେଇ ଆସିବା ସମୟରେ ଜ଼ିଲ୍ଲା ଖଣିଜ ପାଣ୍ଠି ଅନୁଦାନର ମୁଣ୍ଡାଗ୍ରାମ ଠାରେ ନିର୍ମିତ ରାସ୍ତାର ଅବସ୍ଥା ଦେଖି ବିରକ୍ତ ପ୍ରକାଶ କରିଥିଲେ | ଗତ ବନ୍ୟାରେ ଡ଼ଙ୍ଗାଶୀଳ ଆଶ୍ରମ ସ୍କୁଲରେ ପାଚେରୀ ଭାଙ୍ଗି ପାଣି ସ୍କୁଲ ଓ ହଷ୍ଟେଲ ମଧ୍ୟ୍ୟ କୁ ପସୀ ଯାଇଥିଲା ତାହାର ପରିସ୍ଥିତି ବୁଲି ଦେଖିଥିଲେ ଓ ସ୍କୁଲରେ ପରିସ୍ଥିତି ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ବି କେ ବାଘ ଓ ସ୍ଥାନୀୟ ନେତୃବୃନ୍ଦ ମଦନ ସାହୁ ଓ ଅନ୍ୟଙ୍କୁ ପଚାରି ବୁଝିଥିଲେ | ଭାଙ୍ଗି ଯାଇଥିବା ସ୍କୁଲ ପାଚେରୀ ଶୀଘ୍ର ନିର୍ମାଣ କରିବା ସହ ପାନୀୟ ଜଳ ସମସ୍ୟାରେ ସମାଧାନ ପାଇଁ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ | ଏହାପରେ ଟିକିରି ସ୍ଥିତ ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ବୁଲି ଦେଖିଥିଲେ | ପରେ ଠୂତୀବିରି ସ୍ଥିତ କନ୍ୟା ଶ୍ରମ ଓ ଗୋରଖପୁର ହାଇସ୍କୁଲ ପରିଦର୍ଶନ କରି ସ୍କୁଲ ସମସ୍ୟା ପଚାରି ବୁଝିଥିଲେ | ଯଥା ଶୀଘ୍ର ସମସ୍ୟାରେ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ | ମନ୍ତ୍ରୀ ଓ ବିଧାୟକ ମକରନ୍ଦ ମୁଦୁଲି ଟୁଥିବେରି କନ୍ୟା ଆଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ କରିଥିଲେ | ମନ୍ତ୍ରୀଙ୍କ ଗସ୍ତ ସମୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ବିଜେଡି ମହିଳା ସଭନେତ୍ରୀ ଅନୁଶୁୟା ମାଝୀ ଜଗଦୀଶ ପାତ୍ର ରହିଥିଲେ | ମନ୍ତ୍ରୀଙ୍କ ସୁରକ୍ଷା ଦାଇତ୍ୱରେ ଦୋରଗୁଡ଼ା ଥାନା ଅଧିକାରୀ କେ ସି ଭତରାଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରଯାଇଥିଲା |

Leave a Reply

This site uses Akismet to reduce spam. Learn how your comment data is processed.