ନିଆରା ଢ଼ଙ୍ଗର କାଉଡିଆ ଗୁପ୍ତେଶ୍ୱର ଅଭିମୁଖେ, ସୁରୁଖୁରୁରେ ଶେଷ ହେଲା ଜଳାଭିଷେକ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୨/୦୮): ଶ୍ରାବଣ ମାସର ଶେଷ ସୋମବାର ପାଇଁ କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପିଠରେ ୨୦ହଜାରରୁ ଉର୍ଦ୍ଧ କାଉଡିଆଙ୍କ ଭିଡ଼ ଜମିଥିବା ବେଳେ ସୁରୁଖୁରୁରେ ଶେଷ ହେଲା ଜଳାଭିଷେକ | ମହିଳା ପୁରୁଷ ବୋଲବମ କାଉଡିଆ ଭକ୍ତଙ୍କ ବୋଲବମ ବୋଲବମ ” ଶବ୍ଦ ଉଚ୍ଚାରଣ ଦେଖିବାକୁ ମିଳିଥିବା ବେଳେ ନିଆରା ଢଙ୍ଗର କାଉଡି ନେଇ ଗୁପ୍ତେଶ୍ୱର ଅଭିମୁଖେ ଯାଇଥିବା କାଉଡିଆଙ୍କୁ ଆଜି ଦେଖିବାକୁ ମିଳିଛି |

ସାଧାରଣତଃ କାଉଡିଆ ମାନେ ପlଦରେ ଘୁଙ୍ଗୁର ମୁଣ୍ଡରେ ଶିବଜଟ,କଉଡ଼ିରେ ଲିଙ୍ଗ, ସର୍ପ, ତ୍ରିସୁଳ, ବାଘଚାଲ ସଦୃଶ୍ୟ ବସ୍ତ୍ର ପରିଧାନ କରି ବିଭିନ୍ନ ପ୍ରକାର ସଜବାଜରେ ଗୁପ୍ତେଶ୍ୱର ଯାଉଥିବା ବେଳେ କିନ୍ତୁ ଅତି ସୁନ୍ଦର ଭାବେ ହୃଦୟ ଆକୃତିରେ ଫୁଲରେ ସଜା କଉଡ଼ିଟି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିବା ଦେଖିବାକୁ ମିଳିଛି | ଏହି ଭକ୍ତ ଜଣକ କୋରାପୁଟର ମାନସ ପଣ୍ଡା ବୋଲି ଜଣାପଡିଥିବା ବେଳେ ସେ କହିବା ଅନୁଯାୟୀ ଗୁପ୍ତେଶ୍ୱର ମହାଦେବଙ୍କ ନିକଟରେ ପୂର୍ବରୁ କରିଥିବା ମାନସିକ ପୁରଣ ହୋଇଥିବା ଯୋଗୁଁ ପଞ୍ଚମ ଥର କଉଡ଼ି ଯାତ୍ରାକୁ ଅଧିକ ଭକ୍ତି ସହ ଉତ୍ସlହିତ ବଢ଼ିଛି ଏଣୁ ନିଷ୍ଠାପର ଭାବେ ଉପବାସରେ ଫୁଲରେ ତିଆରି ହୃଦୟ ଆକୃତିର କଉଡ଼ିରେ ପାଣି ନେଉଛି ବୋଲି ପ୍ରକାଶ କରିଥିଲେ | ଏବଂ ଅନ୍ୟ କାଉଡିଆ ଭକ୍ତଙ୍କୁ ନିଷ୍ଠା, ଭକ୍ତି, ନିର୍ମଳ ମନ, ଶୃଙ୍ଖଳିତ ଭାବେ ପାଣି ଶିବଲିଙ୍ଗରେ ଢାଳନ୍ତୁ ବୋଲି ଭକ୍ତଙ୍କୁ ଗଣମାଧ୍ୟମ ଦ୍ୱାରା ଅନୁରୋଧ କରିଥିଲେ |

Comments are closed.