ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ଓ କାଉନସିଲର ମାନଙ୍କ ମଧ୍ୟରେ ପ୍ରତିଯୋଗିତା

0
249
ସ୍ୱାୟତ୍ତ ଶାସନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୦୮) : ଗଜପତି ଜିଲ୍ଲା ର ଏକ ମାତ୍ର ଏନ ଏ ସି ଆସନ୍ତା ୩୧ ତାରିଖରେ ତା’ର ସ୍ୱାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଛି ।WhatsApp Image 2022 08 28 at 6.36.47 PM 1 ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ଓ କାଉନସିଲର ମାନଙ୍କ ମଧ୍ୟରେ ପ୍ରତିଯୋଗିତା

ଆଗାମୀ ସ୍ୱାୟତ୍ତ ଶାସନ ଦିବସ କୁ ଉତ୍ସବ ମୁଖର କରିବା ପାଇଁ ସମଗ୍ର ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ମାନେ ଗତ ସପ୍ତାହ ହେଲା ଲାଗି ପଡିଛନ୍ତି । ଗତ ତିନି ଦିନ ହେଲା ସହର ର ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଆଜି ସ୍ଥାନୀୟ ହାଇସ୍କୁଲ ପଡିଆରେ ଛାତ୍ରଛାତ୍ରୀ ଓ ନିର୍ବାଚିତ କାଉନସିଲର ମାନଙ୍କ ନିମନ୍ତେ ଝୋଟି, ମୁଜିକାଲ ଚେୟାର, ଲେମ୍ବୁ ଚାମଚ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତା କୁ ଏମ.ଇ. ଜଗବନ୍ଧୁ ଆଚାର୍ଯ୍ୟ, ନିର୍ବାହୀ ଅଧିକାରୀ ଡା. ସତ୍ୟ ସମ୍ପୂର୍ଣ୍ଣ ରାଉତ, ଉପାଧ୍ୟକ୍ଷ ଶ୍ରୀ ରଘୁ ରାମ ସାହୁ, କାଉନସିଲର ମାନେ ସହଯୋଗ କରି କାର୍ଯ୍ୟକ୍ରମ କୁ ସମ୍ପାଦିତ କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ଆଗାମୀ ୩୧ ରେ ପୁରସ୍କୃତ କରାଯିବ ।