Related Contents

ଟ୍ରେନରେ ଗର୍ଭବତୀ ମହିଳାଙ୍କ ଗୋଡ଼ କଟିଲା, ୩ ବର୍ଷର ଝିଅର ହାତ ଭାଙ୍ଗିଲା

ରିପୋର୍ଟ: ରତ୍ନାକର ସେଠ
ଡୁଙ୍ଗୁରିପାଲି(୧୧/୦୮): ଆଜି ଟ୍ରେନ ଧକ୍କାରେ ଜଣେ ଗର୍ଭବତୀ ମହିଳାଙ୍କ ଗୋଡ କଟିଯିବା ସହିତ ତିନି ବର୍ଷର ଝିଅର ହାତ ଭାଙ୍ଗି ଯିବା ଘଟଣା ଡୁଙ୍ଗୁରିପାଲିଠାରେ ଚାଞ୍ଚଲ୍ୟ ଖେଳିଯାଇଛି | ପ୍ରାପ୍ତ ଘଟଣାରୁ ଜଣାଯାଏ ଯେ ଆଜି ସକାଳ ୯ଟାରେ ଡୁଙ୍ଗୁରିପାଲି ରାମପୁର ରୋଡ଼ ଏବଂ ସହଲା ରୋଡ଼ ମଝିରେ ଏକ ମହିଳା ତିନିବର୍ଷ ଝିଅକୁ ଧରି ଯାଉଥିବା କେତେକ ପ୍ରତ୍ୟକ୍ଷ ଦର୍ଶୀ ଦେଖିବାକୁ ପାଇଥିଲେ |

ଏହି ସମୟରେ ଏକ ମାଲବାହୀ ଟ୍ରେନ ଯାଉଥିବା ବେଳେ ସେଥିରେ ମହିଳା ଜଣକ ପଡିଯାଇଥିଲେ | ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଛି ନ ଅନ୍ୟ ଅଜାଣତରେ ଟ୍ରେନ ଧକ୍କା ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ଧାରରେ ରହିଛି | କିନ୍ତୁ ଘଟଣା ସ୍ଥଳର ପରିପାର୍ଶ୍ଵିକ ଦେଖିଲେ ସେଠାରେ ଯିବାକୁ କୌଣସି ରାସ୍ତା ନାହିଁ | ଦୁର୍ଘଟଣା ରେ ମହିଳାଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟିଯାଇଛି | ମୁଣ୍ଡରେ ଗଭୀର ଆଘାତ ହୋଇଛି | ସାଙ୍ଗରେ ଥିବା ତିନିବର୍ଷର ଝିଅର ବାମ ହାତ ଭାଙ୍ଗିଯାଇଛି | ଦୁର୍ଘଟଣା ପରେ ଟ୍ରେନଟି ସେଠାରେ କିଛି ସମୟ ଅଟକି ରହିଥିଲା | ଝିଅକୁ ଶୀଘ୍ର ଡାକ୍ତରଖାନା ନେବାକୁ ଟ୍ରେନ ଡ୍ରାଇଭର ପରାମର୍ଶ ଦେଇଥିଲେ | ମହିଳାଜଣକ ରେଳଧାରଣରେ ପଡି ଛଟପଟ ହେଉଥିବା ବେଳେ ସାହାଯ୍ୟ କରିବାକୁ କେହି ଆସି ନ ଥିଲେ ବରଂ ବିଭିନ୍ନ ସଂସ୍ଥାକୁ ଓଲଟି ସମାଲୋଚନା କରିବାକୁ ପଛେଇ ନ ଥିଲେ | ଏଠାରେ ମଣିଷର ମାନବିକତା ହଜିଯାଇଥିବା ଦେଖାଯାଇଥିଲା | କିଛି ସମୟ ପରେ ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗ ପହଁଚି ଘଟଣା ସ୍ଥଳରୁ ମହିଳାଙ୍କୁ ନେଇଥିଲେ |

କିଛି ଦୂରରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ରେ ଡାକ୍ତରଖାନା ନିଆଯାଇଥିଲା | ପ୍ରଚୁର ରକ୍ତସ୍ରାବ ଏବଂ ଗୁରୁତର ଥିବାରୁ ଉଭୟ ମହିଳା ଏବଂ ଶିଶୁକୁ ବୁର୍ଲା ପଠାଯାଇଥିଲା | ମହିଳାଙ୍କ ବୟସ ୪୦ବର୍ଷ ପାଖାପାଖି ହେବ ଓ ମହିଳା ଜଣକ ୭ମାସ ର ଗର୍ଭବତୀ ଥିବା ଜଣାଯାଏ | ମହିଳା ଜଣକ ଧରିଥିବା ଏକ ଫୋନ ନ କୁ କାଳ କରିବାରୁ ଉକ୍ତ ନମ୍ବରଟି ମହିଳାଙ୍କ ସ୍ୱାମୀ ପରମାନନ୍ଦ ନାଏକ, ଘର ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀବାଞ୍ଜି ଗ୍ରାମର ବୋଲି ଜଣାପଡିଥିଲା | ସେ ପଦ୍ମପୁର ଡାକ୍ତରଖାନାର ଆମ୍ବୁଲାନ୍ସ ରେ କାର୍ଯ୍ୟକରୁଥିବା ଜଣାପଡିଛି | ମହିଳାଙ୍କ ନାମ ଲଳିତା ନାଏକ | ଦୁର୍ଘଟଣା ସମ୍ପର୍କରେ ସେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ | ଦୁର୍ଘଟଣା ଗ୍ରସ୍ତ ଝିଅକୁ ଜଣେ ସମାଜସେବୀ ପରମେଶ୍ୱର ବାରିକ ଧରି ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇ ସେଠାରେ ତାର ଚିକିତ୍ସା କରାଇଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.