ଗୁଣୁପୁର ବିଧାୟକଙ୍କ ଚନ୍ଦ୍ରପୁର ବ୍ଲକ ପରିଦର୍ଶନ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୧୧/୦୮): ରାୟଗଡା ଜିଲ୍ଲା ର ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରପୁର ପଂଚାୟତ ସମିତି ଅଂଚଳକୁ ଗତକାଲି ମାନ୍ୟବର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଅଚାନକ ପରିଦର୍ଶନରେଆସି ଲାଗାଁ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା କେତେକ ଗାଁ ଗଣ୍ଡା ଗସ୍ତ ପରେ ପ୍ରତ୍ୟାବର୍ତନ କରିଛନ୍ତି |

ତୁରୀଗୁଡା, ପୀସକାପଙ୍ଗା, ଡାଙ୍ଗ ସୋରଡ଼ା, ହନୁମନ୍ତପୁର, ବୁଡୁପାଲି, ଜରପା, ଚନ୍ଦ୍ରପୁର ପ୍ରଭୃତି ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମ ଓ ସହି ଗସ୍ତ ସମୟରେ ସେ ଗ୍ରାମର ଅଙ୍ଗନବାଡି, ଶିକ୍ଷାନୁଷ୍ଠାନ, ଛାତ୍ରୀନିବାସ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଦିର ତଦାରଖ ସହ ବର୍ଷା ଯୋଗୁଁ ଭାଙ୍ଗିଯାଇଥିବା ଲୋକମାନଙ୍କର ବାସଗୃହ, ଚାଷଜମିରେ ମୋଡ଼ିଥିବା ବାଲିଚର ବୁଲି ଦେଖିଥିଲେ | ଏହି ସମୟ ମଧ୍ୟରେ ବିଧାୟକ ଡାଙ୍ଗଷୋରଡା ବିଜୁ ସେତୁ ଯାହା ଭାଙ୍ଗିଯାଇଥିବା ଫଳରେ ବିଭିନ୍ନ ଗ୍ରାମ ବିଚ୍ଛିନ୍ନ ହୋଇପଡିଥିବା ଅନୁଧ୍ୟାନ କରିଥିଲେ | ସେ ଗଣମାଧ୍ୟମ କୁ ଦେଇଥିବା ପ୍ରତିକ୍ରିୟାରେ ସେ ପ୍ରତ୍ୟେକ ବିଷୟରେ ସ୍ଥାନୀୟ ତହସିଲଦାର, ବିଡ଼ିଓ, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ | ଏହି ଗସ୍ତ ସମୟରେ ବିଜେଡି ବ୍ଲକ ସଭାପତି ପ୍ରମୋଦ କୁମାର ସାହୁକାରଙ୍କ ସମେତ ଟଙ୍ଗଡା ଦିବକା, ଧନୁ ମାଝୀ କୁମୁରୁକ, ପ୍ରମୋଦ ମୁଗୁଲି, ଦାମୋଦର ପରସ୍କା, ବାବୁଲା ପରସ୍କା ପ୍ରମୁଖ ଉପସ୍ଥିତ ଥିଲେ |

Comments are closed.