Friday, March 29, 2024

Top 5 This Week

Related Posts

ପୂଜାରିଗୁଡା ଗାଁରେ ବିଦ୍ୟୁତ ଉଜ୍ଜଲ ସାତସପନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୮) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତ ପୂଜାରିଗୁଡା ଗ୍ରାମ କୁ ବିଦ୍ୟୁତ ଉଜ୍ଜ୍ୱଳ ସାତସପନ । ଭାରତ ସ୍ଵାଧୀନ ହୋଇ ୭୬ ବର୍ଷ ହୋଇଥିଲେ ମଧ୍ୟ ପ୍ରଶାସନ ର ଦୃଷ୍ଟି ପଡୁ ନଥିବା ଜଣାପଡ଼ିଛି ।WhatsApp Image 2022 08 28 at 6.34.43 PM 1 ପୂଜାରିଗୁଡା ଗାଁରେ ବିଦ୍ୟୁତ ଉଜ୍ଜଲ ସାତସପନ

ଉଜ୍ଜ୍ୱଳ ଦେଖିବା ପାଇଁ ବ୍ଳକ ଠାରୁ ଆରମ୍ଭ କରି ରାୟଗଡ଼ା ଜିଲ୍ଲା ବିଦ୍ୟୁତ ବିଭାଗ ଅଫିସର ଙ୍କୁ ବାରମ୍ବାର ଗୁହାରୀ କରୁଥିଲେ ମଧ୍ୟ କେହି ଗୁହାରୀ ଶୁଣୁ ନ ଥିବା ଜଣାପଡିଛି । ଏହି ପୂଜାରିଗୁଡା ଗାଁ କଲ୍ୟାଣସିଂହପୁର ଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି । ବିଭିନ୍ନ ଖବରକାଗଜରେ ପ୍ରକାଶ ହେବାରୁ ଚଳିତ ବର୍ଷ ଭୋଟ ପୂର୍ବରୁ କିଛି ରାଜନୈତିକ ନେତା ମାନେ ଗାଁରେ ପଲ ପୁତେଇ ଭୋଟ ହାତେଇ ଥିବା ଗ୍ରାମବାସୀ କାଡ୍ରାକା କାନ୍ତାରାଓ, କାଡ୍ରାକା ଲାଚାଣା, ସାରାକା ରମେଶ, କାଡ୍ରାକା ସୁମିତ୍ରା, ସାରାକା ଇନ୍ଦିରା, ସାରାକା ରୁଆଇ, ସାରାକା ବାରିକା ପ୍ରକାଶ କରିଛନ୍ତି ।

ସ୍ୱାଧୀନତା ର ୭୬ ବର୍ଷ ବିତିଯାଊଥିଲେ ମଧ୍ୟ ପୂଜାରିଗୁଡା ଗ୍ରାମ ଅନ୍ଧାରରେ ଜୀବନ ବିତାଉ ଥିବା ଦେଖିବାକୁ ମିଳିଛି । ଗ୍ରାମରେ ୧୨ଟି ପରିବାର ର ପ୍ରାୟ ୬୦ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ବିଦ୍ୟୁତ ସଂଯୋଗ ନେଇ ଗାଁ ଲୋକ ବର୍ଷ ବର୍ଷ ଧରି ରାଜନେତା ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଗୁହାରି ଜଣାଇଲେ ମଧ୍ୟ ଉକ୍ତ ସମସ୍ୟା ସମାଧାନ ହୋଇପାରୁ ନାହିଁ ।

ନିର୍ବାଚନ ଆସିଲେ ବିଦ୍ୟୁତ ସଂଯୋଗକାରିଣୀ ନେଇ ରାଜନେତା ମାନେ ମିଛ ପ୍ରତିଶୃତି ଦେଇ ଖାଲି ଭୋଟ ହାତେଇଥାନ୍ତି । କିନ୍ତୁ ନିର୍ବାଚନ ସରିଲା ପରେ ତାହା କେବଳ ପ୍ରତିଶୃତିରେ ରହିଯାଇଥାଏ । କଲ୍ୟାଣସିଂହପୁର ବ୍ଲକ ଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଥିବା ଏହି ଗାଁ କୁ ବିଦ୍ୟୁତ ସେବା ଜଗାଇ ଦିଆ ଯାଇପାରୁ ନାହିଁ । ଗାଁରେ ଖାଲି ତାର ଏବଂ ବିଦ୍ୟୁତ ଖୁଣ୍ଟି ପୋତା ଯାଇ ବିଦ୍ୟୁତ ସଂଯୋଗ ନାହିଁ ।WhatsApp Image 2022 08 28 at 6.34.42 PM 1 ପୂଜାରିଗୁଡା ଗାଁରେ ବିଦ୍ୟୁତ ଉଜ୍ଜଲ ସାତସପନ

ଗ୍ରାମବାସୀ ପାଇଁ ବିଜୁଳି ଆଲୋକ ସମସ୍ୟା ସତେ ଯେପରି ସାତସପନ ପାଲଟିଯାଇଛି । ବର୍ତ୍ତମାନ ଡିଜିଟାଲ ଦୁନିଆ ଚାଲିଥିବା ବେଳେ ପିଲାମାନଙ୍କର ପାଠପଢା ସହିତ ଜୀବନ ବିତାଉଛନ୍ତି ଡିବିରୀ ଆଲୁଅରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଅପହଞ୍ଚ ଇଲାକାରେ ବିଦ୍ୟୁତ ସଂଯୋଗ କରିବା ପାଇଁ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନା ଏବଂ ବିଜୁ ଜ୍ୟୋତି ଯୋଜନା ରହିଛି । କିନ୍ତୁ ଉକ୍ତ ଯୋଜନାର ସୁଫଳ ପାଇବାରୁ ପୂଜାରୀଗୁଡା ଗ୍ରାମବାସୀ ବଞ୍ଚିତ ରହୁଛନ୍ତି । ବିଭାଗୀୟ ଅଧିକାରୀ ଏହି ସମସ୍ୟା ର ସମାଧାନ କେବେ କରିବେ ତାକୁ ନେଇ ଗ୍ରାମବାସୀ ଅପେକ୍ଷାରେ ଅଛନ୍ତି ।

ଏହି ସମ୍ପର୍କରେ ବିଦ୍ୟୁତ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ କହିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜାରିଗୁଡା ଗାଁ ର କୌଣସି ତାଲିକା ଆମ ପାଖରେ ପହଞ୍ଚି ନାହିଁ ସରକାର ଠିକା ସଂସ୍ଥା ମାନଙ୍କୁ ନିଲାମୀ ଦେଇଛନ୍ତି । ଠିକା ସଂସ୍ଥା କାମ ଶେଷ କରି ଆମକୁ ତାଲିକା ହସ୍ତାନ୍ତର କରିବା କଥା ସେ ଆମ କୁ ହସ୍ତାନ୍ତର କରି ନାହାଁନ୍ତି ବୋଲି ସୂଚନା ଦେଇଛନ୍ତି ।

Popular Articles