ପଦ୍ମପୁର ଶିଶୁ ବିଦ୍ୟା ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା

ରିପୋର୍ଟ: ଜଗବନ୍ଧୁ ସାହୁ
ପଦ୍ମପୁର (୧୦/୦୮): ପଦ୍ମପୁର ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ପଦ୍ମଲୋଚନ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମେଳାଟିକୁ ଉଦ୍ଘାଟନ କରିଥିଲେ ।

ଆଜି କାଲିକା ଶିଶୁ ମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରାରେ ଜଡ଼ିତ କରି ଉପଯୁକ୍ତ ଖୋରାକ ଯୋଗାଇବାର ପରିବେଶ ସୃଷ୍ଟି କଲେ ହେଁ ଶିଶୁ ମାନଙ୍କର ଉନ୍ନତି ସମ୍ଭବ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାରିକ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରି ସ୍ବାଗତ ଭାଷଣ ଦେଇଥିଲେ । ଗୁରୁମା ମମତା ଗଡ଼ତିଆ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରାଥମିକ ବର୍ଗରୁ ୧୦୪ ଜଣ, ଶିଶୁ ବର୍ଗରୁ ୫୬ ଜଣ, ବାଳ ଓ କିଶୋର ବର୍ଗରେ ୩୪ ଜଣ ଛାତ୍ରଛାତ୍ରୀ ମେଳାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମଟିରେ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଆଶିଷ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.