Related Contents

କାର ସହ ବାଇକ ଧ୍କକା,ବାଇକ ଚାଳକ ଗୁରୁତର

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୦/୦୮): ବୈପାରୀଗୁଡା ଥାନା ଅନ୍ତର୍ଗତ ମହୁଲିରେ ଏକ ଦୁଃଖଦ ଘଟଣା ଘିଟିଛି |

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ଅପରାହ୍ନ ୩.୩୦ ସମୟରେ ଜୟପୁର ବୈପାରୀଗୁଡା ଦେଇ ଯାଇଥିବା ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ମହୁଲି ଠାରେ ଏକ କାର ସହ ବାଇକ ଧକ୍କା ଫଳରେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି | ଗୁରୁତର ଯୁବକ ଲମତାପୁଟର ଭକ୍ତ ଖିଲଙ୍କ ପୁଅ ଯୋଗେଶ୍ୱର ଖିଲ (୨୫) ବୋଲି ଜଣାପଡିଛି | ବୈପାରୀଗୁଡାରୁ ନିଜ ଘର ଲମଟାପୁଟକୁ ଏକା ବାଇକରେ ଯାଉଥିବାବେଳେ ମହୁଲି ରାସ୍ତା ନିକଟରେ ହଟାତ ଏକ କାର ସାମ୍ନାକୁ ଆସିଥିବାରୁ ଭାରସlମ୍ୟ ହିରାଇବା ଫଳରେ କାର ସହ ଧ୍କକା ହୋଇଯାଇଥିଲା | ଏହି ଅଘଟଣରେ ବାଇକ ଚାଳକ ଗୁରୁତର ଥିବାରୁ ପ୍ରଥମେ ବୈପାରୀଗୁଡା ମେଡିକାଲକୁ ନିଆଗଲା ପରେ ଜୟପୁର ମେଡିକାଲକୁ ନିଆଯାଇଛି | ପୋଲିସ ଘଟଣାର ତଦନ୍ତ ଆରମ୍ବ କରିଥିବା ସୂଚନା ମିଳିଛି |

Comments are closed.