Friday, March 29, 2024

Top 5 This Week

Related Posts

କିଏ ହେବେ କଂଗ୍ରେସ ର ପରବର୍ତ୍ତୀ ଅଧ୍ୟକ୍ଷ ?

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୮/୦୮) : କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି । ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ । ଏହାରି ଭିତରେ କିଏ ହେବେ କଂଗ୍ରେସ ର ପରବର୍ତ୍ତୀ ଅଧ୍ୟକ୍ଷ ? ସେ ନେଇ ଆଜି ନିର୍ବାଚନ ତାରିଖ ଚୂଡାନ୍ତ ହେବ ।

କିଏ ହେବେ କଂଗ୍ରେସ ର ପରବର୍ତ୍ତୀ ଅଧ୍ୟକ୍ଷ ? ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସୁଛି । ଏହି ବୈଠକରେ ଦଳ ର ପରବର୍ତ୍ତୀ ସଭାପତି ନିର୍ବାଚନ ନେଇ ତାରିଖ ଘୋଷଣା କରାଯିବ । ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜନୀତି ସରଗରମ ରହିଛି । ଏହାରି ଭିତରେ ଦଳ ଆଜି ସିଡବ୍ଲ୍ୟୁସି ବୈଠକ ଡାକିଛି ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଥିବାବେଳେ ଭର୍ଚୁଆଲ ମୋଡରେ ଏହି ବୈଠକରେ ସାମିଲ ହେବେ । ରାହୁଲ ଗାନ୍ଧୀ ଦଳ ର ମୁଖିଆ ହେବେ ନା ଆଉ କାହାକୁ ଏହି ଦାୟିତ୍ୱ ଦିଆଯିବ ସେ ନେଇ ବୈଠକରେ ଚର୍ଚ୍ଚା ହେବ ।ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ‘ରାହୁଲଙ୍କୁ ପୁଣି ଥରେ କଂଗ୍ରେସ ସଭାପତି ହେବା ପାଇଁ ବାଧ୍ୟ କରାଯିବ । ତାଙ୍କୁ ମନାଇବା ପାଇଁ ଚେଷ୍ଟା ଚାଲିଛି । ଦଳ ର ନେତୃତ୍ୱ ନେବା ପାଇଁ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାହାଁନ୍ତି ।’

ଏଏନ୍‌ଆଇ ର ସୂଚନା ମୁତାବକ, ଆଜି ଅପରାହ୍ଣରେ ୩.୩୦ ରେ ସିଡବ୍ଲୁସି ବୈଠକ ବସିବ । ଏହି ବୈଠକରେ ନୂଆଁ ଅଧ୍ୟକ୍ଷ ଓ ଦଳ ର ପରବର୍ତ୍ତୀ ଅଧ୍ୟକ୍ଷ ର ନିର୍ବାଚନ ତାରିଖ ଉପରେ ଆଲୋଚନା ହେବ । ବୈଠକ ପରେ ତାରିଖ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି । ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ ।

ସେପଟେ କଂଗ୍ରେସରୁ ଇସ୍ତଫା ପରେ ଗୁଲାମନବୀ ଆଜାଦ ନିଜ ଘରେ ଜି-୨୩ ନେତାଙ୍କ ବୈଠକ କରିଛନ୍ତି । ସୂଚନା ଅନୁସାରେ ଆଜାଦ ଆସନ୍ତା ୧୪ ଦିନ ମଧ୍ୟରେ ତାଙ୍କ ନିଜର ଦଳ ଆରମ୍ଭ କରିବେ । ଦଳ ର ପ୍ରଥମ ଶାଖା ଜମ୍ମୁ କଶ୍ମୀରରୁ ଆରମ୍ଭ ହେବ । ଆଜାଦଙ୍କ ଘନିଷ୍ଠ ସହଯୋଗୀ ଜିଏମ୍ ଏହି ସୂଚନା ଦେଇଛନ୍ତି ।

Popular Articles