ସରକାରୀ ଅନୁଦାନ ଅର୍ଥ ମିଳିଥିବା ସତ୍ତ୍ୱେ ପିତେଇପାଲି ସ୍କୁଲରେ ଟିଭି ନାହିଁ

0
116
ସରକାରୀ ଅନୁଦାନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୭/୮) : ଛାତ୍ରଛାତ୍ରୀ ମାନେ ଅଧିକ ଜ୍ଞାନଲାଭ କରିବା ଲକ୍ଷ୍ୟ ନେଇ ସରକାର ସମସ୍ତ ସ୍କୁଲ ଗୁଡିକରେ ସ୍ମାର୍ଟ ଟିଭି କିଣିବା ପାଇଁ ସରକାରୀ ଅନୁଦାନ ଯୋଗାଇ ଦେଇଛନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି ।

ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିନିକା ବ୍ଲକ ଅନ୍ତର୍ଗତ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିତେଇପାଲି ଠାରେ । ପ୍ରଧାନଶିକ୍ଷକ ଙ୍କ କହିବା ଅନୁଯାଇ ଏହି ବିଦ୍ୟାଳୟ କୁ ସ୍ମାର୍ଟ ଟିଭି କିଣିବା ପାଇଁ ୨୫ ହଜାର ଟଙ୍କା ସରକାରୀ ଅନୁଦାନ ଆସିଥିଲା ହେଳେ ସ୍କୁଲ କର୍ତୃପକ୍ଷ ୨୦ ହଜାର ୫ ଶହ ଟଙ୍କାରେ ଟିଭି କିଣିଥିବା କହିଛନ୍ତି । ହେଳେ ସ୍କୁଲରେ ଉକ୍ତ ଟିଭି ଲଗାଯାଇନାହିଁ । ଏଥିପାଇଁ ଛାତ୍ରଛାତ୍ରୀ ଙ୍କ ପାଠପଢା କୁ ନେଇ ସମସ୍ୟା ସୃଷ୍ଟି ହେଉଛି ।

ସରକାର ଟିଭି ମାଧ୍ୟମରେ ପାଠ ପଢ଼ାଇବା ପାଇଁ ଅନୁଦାନ ଯୋଗାଇ ଦେଉଥିବା ବେଳେ ଏପଟେ ସ୍କୁଲ ପରିଚାଳନା କମିଟି ସଭାପତି ଏବଂ ପ୍ରଧାନ ଶିକ୍ଷକ ଙ୍କ ମିଲିଭଗତରେ ଟଙ୍କା ହେରଫେର କରୁଥିବା ଅଭିଯୋଗ ହେଉଛି । ଏ ବିଷୟରେ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଆନନ୍ଦ କୁମାର ପାଣିଗ୍ରାହୀ ଙ୍କୁ ପଚାରିବାରୁ ସ୍କୁଲ ପରିଚାଳନା କମିଟିର ସଭାପତି ସ୍କୁଲରେ ଜାଗା କମ ହେଉଛି ବୋଲି କହିଲେ ଏବଂ ଟିଭି ପଛେ ଲଗାଇବା ବୋଲି କହିବାରୁ ଲଗାଯାଇନାହିଁ ବୋଲି ପ୍ରକାଶ କରିଛନ୍ତି ।

ସେହିପରି ସ୍କୁଲ ପରିଚାଳନା କମିଟି ସଭାପତି କିଶୋର ମେଲ୍ଲୀ ଙ୍କୁ ପଚାରିବାରୁ ଟିଭି ଖରାପ ହୋଇଯିବାରୁ ସଜାଡ଼ିବାକୁ ଦିଆଯାଇଛି ବୋଲି କହିବା ସହିତ ୩ ମାସ ହେଲା ସଭାପତି ଦାୟିତ୍ୱରେ ଅଛି ଆଗରୁ ଲାଗିଥିଲା କି ନାହିଁ ମୁଁ କହି ପାରିବି ନାହିଁ ବୋଲି ପ୍ରକାଶ କରିଥିଲେ । ସେହିପରି ବିନିକା ଏବିଇଓ ବସନ୍ତ ଭୋଇ ଙ୍କୁ ପଚାରିବାରୁ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଭାଗୀୟ ଅଧିକାରୀ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ମିଲିଭଗତରେ ଟଙ୍କା ଆତ୍ମସାତ କରାଯାଇଛି ।

ସେହିପରି ବିନିକା ବିଇଓ ଙ୍କ ଶଶୀଭୂଷଣ ସେଠୀ ଙ୍କ ବଦଳି ପରେ ଦାୟିତ୍ୱରେ ଥିବା ଡୁଙ୍ଗୁରିପାଲି ବିଇଓ ଗଣେଶ କିଷାନ ଙ୍କୁ ପଚାରିବାରୁ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି ଯେ, ବିନିକା ଅଞ୍ଚଳ ର ସ୍କୁଲ ମାନଙ୍କୁ ଏ ଲିଡି ଟିଭି ଲଗାଇବା ପାଇଁ ସରକାରୀ ଅନୁଦାନ ଦିଆଯାଇଥିଲେ ମଧ୍ୟ ଅଧିକାଂଶ ସ୍କୁଲରେ ଟିଭି ଲାଗିନାହିଁ । ଏ ଗୁଡ଼ିକର ପ୍ରକୃତ ରହସ୍ୟ ଜାଣିବା ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ର ଆବଶ୍ୟକତା ପଡୁଛି ।