ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୬/୮) : ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଭୋଟର କାର୍ଡ ସହିତ ଆଧାର କାର୍ଡ ର ସଂଯୋଗିକରଣ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ବିନିକା ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପାଣିଗ୍ରାହୀ, ସହକାରୀ ପ୍ରିୟବ୍ରତ ମିଶ୍ର ଓ ରମାକାନ୍ତ ଥନାପତି ଛାତ୍ରୀ ମାନଙ୍କୁ ସଚେତନ ବାର୍ତ୍ତା ଦେବା ସହ କିପରି ଭାବରେ ଭୋଟର କାର୍ଡ ସହିତ ଆଧାର କାର୍ଡ ର ସଂଯୋଗ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଏହି ଅବସରରେ ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ଚେୟାରମେନ ହିମାଂଶୁ ଶେଖର ତ୍ରିପାଠୀ, ସମ୍ପାଦକ ବିକାଶ ମହାନ୍ତି ଓ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମୀନକେତନ ପଧାନ ଉପସ୍ଥିତ ଥିଲେ । ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।