Friday, March 29, 2024

Top 5 This Week

Related Posts

ଟାଟା ପାୱାର ର ମନମାନି : ଗୋଟିଏ ଦିନରେ ୨୦ ଥର ବିଦ୍ୟୁତ କାଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୦୮) : ଟାଟା ପାୱାର ର ମନମାନି । ଗତ କିଛି ଦିନ ହେଲା କାଶୀନଗର ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଇଛି, ଯାହା ଫଳରେ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ଯେଉଁ ଦିନ ଠାରୁ ଟାଟା ପାୱାର ବଣ୍ଟନ ଦାୟିତ୍ୱ ନେଲା ସେହିଦିନ ଠାରୁ ମନମାନି ଆରମ୍ଭ ହୋଇଯାଇଛି । କମ୍ପାନୀ ଆଉଟ ସର୍ସିଙ୍ଗ ଜରିଆରେ ମୋଟା ଅଙ୍କ ର ଅର୍ଥ ଆଦାୟ କରି ବିଭିନ୍ନ ଅନଭିଜ୍ଞ ଲୋକଙ୍କୁ ଥଇଥାନ କରିଛି । ବିଦ୍ୟୁତ ଏକ ସେବା ହୋଇଥିଲେ ସୁଦ୍ଧା ଏହାକୁ ଖାତିର ନାହିଁ କମ୍ପାନୀ ର, ଖାଉଟିଙ୍କୁ ଉଚିତ ସେବା ଯୋଗାଇଦେବା ସର୍ତ୍ତରେ ରାଜ୍ୟ ସରକାର ସମସ୍ତ ବିଦ୍ୟୁତ କମ୍ପାନୀ କୁ ଏହି କମ୍ପାନୀ କୁ ଅଜାତିତ ଭାବେ ଅର୍ପଣ ଜରିଛନ୍ତି । ସଂସ୍ଥା ଆସିବା କ୍ଷଣି ବ୍ରିଟିଶ ରାଜ ଚଳାଇଛି । କୌଣସି ପୂର୍ବ ଘୋଷଣା ନକରି ବାରମ୍ବାର ବିଦ୍ୟୁତ କାଟ ହେଉଛି ।

ଗତ ୨୬ ତାରିଖରେ ଦିନ ଓ ରାତିରେ ପ୍ରାୟ ୨୦ ଥର ବିଦ୍ୟୁତ ସେବା ବନ୍ଦ କରାଯାଇଛି । ମାସ କୁ ମାସ ବିଲ ପୈଠ ହେଉଥିଲେ ସୁଦ୍ଧା ଉଚିତ ମାନର ସେବା ଯୋଗାଇ ପାରୁନାହିଁ । ଖାଉଟି ମାନେ ଯେତେଥର ଅଭିଯୋଗ କଲେ ସୁଦ୍ଧା କର୍ଣ୍ଣପାତ କରୁନି କମ୍ପାନୀ । ଏଣୁ ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି ।

Popular Articles