Related Contents

କନ୍ଧମାଳ ସାଂସଦଙ୍କ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଗସ୍ତ, ଭବ୍ୟ ସମ୍ବର୍ଦ୍ଧନା

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୧୦/୦୮): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଆସିଥିଲେ | ବାଲିଗୁଡା ବିଜେଡି କାର୍ଯ୍ୟାଳୟରେ ଦଳୀୟ କର୍ମୀ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯଇଥିଲା | ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |

ଏଥିରେ ସାଂସଦଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳ ଲାଇନ, ଶିକ୍ଷା, ମୋବଇଲ ଟାୱାର, ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ସମ୍ପର୍କରେ ପାର୍ଲିଆମେଣ୍ଟରେ ଉପସ୍ଥାପନା କରିଥିବାରୁ ସାଂସଦଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି | ପରେ ତୁମୁଡ଼ିବନ୍ଧ ଗସ୍ତରେ ଯାଇ ସେଠାରେ ନେତାଜୀ ଜୁନିଅର କଲେଜ ପକ୍ଷରୁ ସାଂସଦଙ୍କୁ ଭବ୍ୟ ସ୍ୱାଗତ କରି ଛାତ୍ର ଛାତ୍ରୀ ପାଛଟି ନେଇ ଥିଲେ | ସାଂସଦଙ୍କୁ ସେଠାରେ ଜୁନିଅର କଲେଜର ଛାତ୍ର ଛାତ୍ରୀକୁ ପ୍ରଶଂସା କରିବା ସହିତ ଶିକ୍ଷା ପ୍ରତି ନିଷ୍ଠା ବାନ ହୋଇ ପାଠ ପଢିଲେ ଭବିଷ୍ୟତ ଉଜ୍ୱଳ ହେବ ବୋଲି କହିଥିଲେ | ପରେ ଵିଲାମାଳ ପଂଚାୟତରେ ବନ୍ୟାରେ ନାଳରେ ଭାସି ଯାଇଥିବା ପରିବାର ଲୋକଙ୍କୁ ସାଂସଦ ଡ଼ ସାମନ୍ତ ନିଜେ ୨୫ହଜାର ଲେଖା ଟଙ୍କା ସାହାଯ୍ୟ କରିଥିଲେ | ଏବଂ ସରକାରୀ ସାହାଯ୍ୟ ପ୍ରଦାନ କରାଯିବ ବୋଲି ସାଂସଦ ପ୍ରତିଶୃତି ଦେଇଥିଲେ |

Comments are closed.