Friday, March 29, 2024

Top 5 This Week

Related Posts

ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ମୁନିଗୁଡା ବ୍ଲକ ଗସ୍ତ

ରିପୋର୍ଟ : ନରତ୍ତମ ପାଢୀ
ମୁନିଗୁଡ଼ା, ତା-(୨୬/୮) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆଦିବାସୀ, ହରିଜନ ଓ ପଛୁଆବର୍ଗ ତଥା ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ବିଭାଗ ର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ଏହି ପରିପ୍ରେକ୍ଷୀରେ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ଉପସ୍ଥିତରେ ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ମେମ୍ବର ମାନଙ୍କ ସହିତ ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଦୁଃକୁନୀନୁଣ୍ଡୁକା, ଉପାଧ୍ୟକ୍ଷ ଆଦର୍ଶ କୁଶୁଲିଆ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ମୁନିଗୁଡ଼ା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତି ମାଧବୀ କନ୍ଧପାଣି, ସାଂସଦ ପ୍ରତିନିଧି ମାନସ ରଞ୍ଜନ ବେହେର, ମୁନିଗୁଡ଼ା ପଞ୍ଚାୟତ ସରପଞ୍ଚ ସୁଶ୍ରୀ ସରସ୍ଵତୀ, ରତ୍ନାଳାଲା ଜୌନ, ପୂର୍ଣ୍ଣଚନ୍ଦ୍ର ଗୌଡ, ସିମାଞ୍ଚଳ ଦାଶ, ବୂନ୍ଧାବନ ପାଡି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବେହେରାଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ମୁନିଗୁଡ଼ା ର ରାସ୍ତା ପାନୀୟ ଜଳ ଓ ସୁସ୍ଥ ଶିକ୍ଷା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁ ନେଇ ଆଲୋଚନା ହୋଇଥିଲା ।

Popular Articles