Friday, March 29, 2024

Top 5 This Week

Related Posts

ବନ୍ୟା ପ୍ଲାବିତ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୬/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରାଣୀ ବିଭାଗ ତରଫରୁ ଆଜି ବନ୍ୟା ପ୍ଲାବିତ ସଂକୁଲୋଇ ପଞ୍ଚାୟତ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 08 26 at 7.43.29 PM 1 ବନ୍ୟା ପ୍ଲାବିତ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

ବ୍ଲକରେ ବନ୍ୟା ପ୍ଲାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ୪୦ ରୁ ଉର୍ଦ୍ଧ୍ୱ ଗ୍ରାମ ଗୁଡିକୁ ଯାଇ ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଟୀକାକରଣ କରିବା ସହିତ ପଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ବୌଦ୍ଧ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ପ୍ରକାଶ କୁମାର ବେହେରା, ହରଭଙ୍ଗା ବ୍ଲକ ପଶୁଚିକିତ୍ସା ଅଧିକାରୀ ଡ଼ଃ ବୀରେନ୍ଦ୍ର କୁମାର ପୃଷ୍ଟି, ଡ଼ଃ ପ୍ରତିଭା ପଣ୍ଡା, ଧଳପୁର ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ ସମେତ ବିଭାଗୀୟ ଅଧିକାରୀ ଯୋଗ ଦେଇ ଶିବିରରେ ପ୍ରାଣୀ ମାନଙ୍କ ଚିକିତ୍ସା ଓ ଯତ୍ନ ବିଷୟରେ ପଶୁପାଳନ ଚାଷୀ ଙ୍କୁ ଅବଗତ କରାଇଥିଲେ ।

ହରଭଙ୍ଗା କୁ ଆସିଥିବା ୧୭ ମେଟ୍ରିକ ଟନ ଗୋ-ଖାଦ୍ୟ କୁ ବ୍ଲକ ର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ପଞ୍ଚାୟତ କୁ ପଠାଯାଇ ଡ଼ଃ ପୃଷ୍ଟି ଙ୍କ ତତ୍ଵାବଧାନରେ ବଣ୍ଟନ କରାଯାଇଥିଲା । ସୂଚନା ଅନୁଯାଇ ହରଭଙ୍ଗା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମୋଟ ୧୧ ଜଣ କର୍ମଚାରୀ ବନ୍ୟା ପ୍ଲାବିତ ଅଞ୍ଚଳକୁ ଗସ୍ତକରି ତ୍ୱରାନ୍ୱିତ ସେବା ଯୋଗାଇ ଚାଷୀ ମାନଙ୍କୁ ସହାୟତା କରିଥିଲେ । ଆଜି ସୁଦ୍ଧା ୫ ହଜାର ଗୋରୁ ଗାଈ ମାନଙ୍କୁ ଟୀକାକରଣ କରାଯାଇଥିବା ପ୍ରକାଶ କରିଛନ୍ତି ଡ଼ଃ ପୃଷ୍ଟି ।

Popular Articles