ଜୈବ ପ୍ରଯୁକ୍ତି ବିଭାଗ ର ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ

0
117
ଜୈବ ପ୍ରଯୁକ୍ତି ବିଭାଗ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୬/୦୮) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁର ର ଜୈବ ପ୍ରଯୁକ୍ତି ବିଭାଗ ପକ୍ଷରୁ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ”ରିସେଣ୍ଟ ଆଡ଼ଭାନ୍ସସସ ଇନ ବାୟୋଟେକ୍ନୋଲୋଜି ” ଆଭାସୀ ମାଧ୍ୟ୍ୟମରେ ଉଦ୍ଘାଟିତ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 08 26 at 5.53.02 PM 1 ଜୈବ ପ୍ରଯୁକ୍ତି ବିଭାଗ ର ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ

ଜୈବ ପ୍ରଯୁକ୍ତି ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଆଇ ଏମ ଏମ ଟି ର ପରିବେଶ ବିଭାଗ ର ବିଭାଗୀୟ ମୁଖ୍ୟ ନବୀନ କୁମାର ଧଳ ଯୋଗଦେଇ ପରିବେଶ ସୁରକ୍ଷା ହିଁ ଆଗାମୀ ପିଡ଼ି ର ସୁରକ୍ଷା ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହ ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ବୈଷୟିକ ଜ୍ଞାନ ଦ୍ୱାରା ପରିବେଶ ସନ୍ତୁଳନ ଦିଗରେ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ ।

ବିଶ୍ଵବିଦ୍ୟାଳୟ ର କୁଳପତି ଡ଼ଃ.ଗୌତମ ଘୋଷ ଗବେଷକମାନଙ୍କୁ ଉପାଦାନ ଯୁକ୍ତ ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ । ରେଜିଷ୍ଟ୍ରାର ଡ଼ଃ ଏନ.ଭି.ଜେ. ରାଓ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଗବେଷଣାରେ ନିଜକୁ ସାମିଲ କରିବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଡିନ ଏକାଡେ଼ମିକସ ଡ଼ଃ ଏ.ଭି.ଏଲ.ଏନ. ଶର୍ମା ଯୋଗଦେଇ ଜୈବ ପ୍ରଯୁକ୍ତି ବିଦ୍ୟା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଡିନ ସ୍କୁଲ ଅଫ ଇଂଜିନିରିଂ ଆଣ୍ଡ ଟେକ୍ନୋଲୋଜି ଡ଼ଃ ଏ.ବି. ଶ୍ରୀନିବାସ ରାଓ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ତଥା ଗବେଷକ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ବିକଶିତ ହେବାରେ ସାହାଯ୍ୟ କରିବାରେ ସହାୟକ ହେବ । ଡ଼ଃ ତାରିଣୀ ଚରଣ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ବିଭାଗୀୟ ମୁଖ୍ୟ ଡ଼ଃ ମନୋଜ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଲୋଚନାଚକ୍ରର ର ସଂଯୋଜକ ଅଧ୍ୟାପକ ଡ଼ଃ ଦିପ୍ତୀକାନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଜାତୀୟ ଆଲୋଚନାଚକ୍ରରେ ଭାରତ ର ବିଭିନ୍ନ ଅନୁଷ୍ଠାନରୁ ଛଅ ଜଣ ପ୍ରଧ୍ୟାପକ ପୂର୍ଣ୍ଣବାର୍ତ୍ତା ଭାଷଣ ଦେବା ସହ ୩୪ ଜଣ ଗବେଷକ ସେମାନଙ୍କ ସ୍କନ୍ଦର୍ଭ ପାଠ କରିବାର କାର୍ଯ୍ୟକ୍ରମ ରହିଛି ।