Friday, March 29, 2024

Top 5 This Week

Related Posts

ଲଟେରୀ ନାମରେ ଫସିଲେ ଆଦିବାସୀ ଯୁବକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୦୮) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଏପମାନ ଗୁଡା ଗ୍ରାମ ର ଜଣେ ଆଦିବାସୀ ଯୁବକ ଲଟେରୀ ମାୟାରେ ପଡି ଠକେଇ ର ଶିକାର ହୋଇଥିବା ଜଣାପଡିଛି ।

କାଶୀନଗର ଥାନା ଅଞ୍ଚଳ ର ଏପମାନ ଗୁଡାରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ରହୁଥିବା ମରିତ ଶବର ନାମକ ଜଣେ ଯୁବକ ଙ୍କୁ ଜିଓ କେର ନାମରେ ଏକ ଫୋନ କଲ ଗତ ୧୭ ତାରିଖରେ ଆସିଥିଲା । ସେ ଫୋନ ଉଠାଇ କଥା ହେବାରେ ତୁମ କୁ ୨୫ ଲକ୍ଷ ଟଙ୍କା ଲଟେରୀ ଫୁଟିଛି ତୁମେ ଦିନ ଦୁଇ ଦିନ ଭିତରେ ବିଭିନ୍ନ ଟ୍ୟାକ୍ସ ବାବଦ କୁ ୮୬ ହଜାର ଟଙ୍କା ବାନ୍ଧ ବୋଲି ଆଉ ଗୋଟିଏ ଫୋନ ନମ୍ବର ଦେଲା ସେ ବିଭିନ୍ନ ମିନି ବ୍ୟାଙ୍କରେ ସମସ୍ତ ଟଙ୍କା ପୈଠ କରି ଆଉ ବାନ୍ଧି ପାରିବି ନାହିଁ ବୋଲି କହିଦେଲେ ।

ଏହି ଘଟଣା ୧୭/୮ ରେ ଘଟିଛି । କିଛିଦିନ ଅପେକ୍ଷା କରି କାଶୀନଗର ଥାନାରେ ଗତ ତିନିଦିନ ତଳେ ଏକ ଲିଖିତ ଅଭିଯୋଗ ଦେଲେ । ପୋଲିସ ଘଟଣା ର ଛାନଭିନ କରି ତଦନ୍ତ କରୁଥିବା ଆଇ ଆଇ ସି ଶ୍ରୀ ସୁଶାନ୍ତ ଜୁମର ସାହୁ କହିଛନ୍ତି ଥାନା କେସ ନ.୧୦୧/୨୨ ରେ ମୋକଦ୍ଦମା ହୋଇଛି ।ମରିତ ବହୁ କଷ୍ଟ ସାହି ଏତିକି ଟଙ୍କା ରଖିଥିଲେ । ଏଣୁ ଫ୍ରାଡ଼ କଲ ଆସିଲେ ସାବଧାନ ହୋଇଯାନ୍ତୁ ।

Popular Articles