Related Contents

ପାକିସ୍ତାନକୁ ଜାତିସଂଘ ପକ୍ଷରୁ ବଡ ଝଟକା, ମଧ୍ୟସ୍ଥତା ପାଇଁ ମନା, ସିମଲା ଚୁକ୍ତି ଆଧାରରେ ବିବାଦ ସମାଧାନ ପାଇଁ ଉପଦେଶ

ନୂଆଦିଲ୍ଲୀ ୧୦|୮: ଭାରତ ସରକାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ହଟାଇବା ଏବଂ ଜାମ୍ମୁ କାଶ୍ମୀରର ପୁର୍ନଗଠନର ନିଷ୍ପତ୍ତି ନେବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି । ଭାରତ ବିରୋଧରେ ସମର୍ଥନ ପାଇଁ ଜାତି ସଂଘର ଦ୍ୱାରକୁ ବାଡ଼େଇଥିଲା |

ସେଥିରେ ବି ଜାତିସଂଘରୁ ଏକ ବଡ ଝଟକା ମିଳିଛି । ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁତାରେସ କାଶ୍ମୀର ମାମଲାରେ ଭାରତ ଏବଂ ପାକିସ୍ତାନକୁ ସଞ୍ଜମତା ରକ୍ଷା କରିବାକୁ କହିଛନ୍ତି । ମଧ୍ୟସ୍ଥତା ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛି ଜାତିସଂଘ । ଉଭୟ ଭାରତ ଏବଂ ପାକିସ୍ତାନ ୧୯୭୨ସିମଲା ଚୁକ୍ତି ଆଧାରରେ ବିବାଦର ସମାଧାନ କରିବାକୁ ଜାତିସଂଘ କହିଛି । ସେହିଭଳି ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ପାକିସ୍ତାନର ଚିଠି ଉପରେ ଟିପ୍ପଣୀ କରିବାକୁ ମନାକରିଦେଇଛି । ଏ ନେଇ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଜୋଆନ୍ନା ବେରୋନିକା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

Comments are closed.