ସଂକୁଲୋଇ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶୁକ୍ରବାର ହାଟ ଶୁଭ ଉଦ୍ଘାଟିତ

0
143
ସଂକୁଲୋଇ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୬/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଞ୍ଚାୟତରେ ଆଜି ଶୁକ୍ରବାର ସାପ୍ତାହିକ ହାଟ ଉଦ୍ଘାଟିତ ହୋଇଯାଇଛି ।WhatsApp Image 2022 08 26 at 5.21.48 PM 1 ସଂକୁଲୋଇ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶୁକ୍ରବାର ହାଟ ଶୁଭ ଉଦ୍ଘାଟିତ

ସଂକୁଲୋଇ ଅଞ୍ଚଳ ର ଆଖ ପାଖ ପଞ୍ଚାୟତ ଗୁଡିକରେ ଶୁକ୍ରବାର ହାଟ ନଥିବା ଫଳରେ କୃଷି ର ବିକାଶ କୁ ଆଖି ଆଗରେ ରଖି ଓ ଛୋଟ ବଡ଼ ବ୍ୟବସାୟୀ ସାମଗ୍ରୀ ବିକ୍ରୟ କରିବା ସହିତ ଅଞ୍ଚଳ ର ବିକାଶ କୁ ଗୁଣାତ୍ମକ କରିବା ପାଇଁ ଏହି ହାଟ ଉଦ୍ଘାଟିତ ହୋଇଛି । ଏହି ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀତା ଛନ୍ଦ, ସମିତି ସଭ୍ୟା ରଶ୍ମିତା ମହାକୁଡ଼, ଗାନ୍ଧୀ ଦୂତ, ଗଙ୍ଗାଧର ଦନ୍ତା, ବରିଷ୍ଠ ବିଜେପି ନେତା ବିକ୍ରମ ମହାକୁଡ଼, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଓ ସଂକୁଲୋଇ ପଞ୍ଚାୟତ ଜନସାଧାରଣ ପ୍ରମୁଖ ଯୋଗଦେଇ ଥିଲେ ।

ଆଜି ଏହି ସାପ୍ତାହିକ ହାଟରେ ପରିବା ବ୍ୟବସାୟୀ ଙ୍କ ସମେତ ଲୁଗା ବ୍ୟବସାୟୀ, କଂସା ବାସନ ବ୍ୟବସାୟୀ, ଟେକ୍ସନାରୀ ବ୍ୟବସାୟୀ ଯୋଗ ଦେଇଥିଲେ । ସମାଜସେବୀ ସତ୍ୟବାଦୀ ଚାଉଳିଆ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।