ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ରିପୋର୍ଟ: ଚିତ୍ତରଞ୍ଜନ ବାଗ
କଳାହାଣ୍ଡି(୧୦/୦୮): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମର ଜଣେ ବୃଦ୍ଧ ପରଖିତ ରାଉତ ଆଜି ପାହାନ୍ତିଆ ରୁ ଶୌଚ ପାଇଁ ନିକଟ ନଦୀକୁ ଯାଉଥିବା ସମୟରେ ପାଖ ଜଙ୍ଗଲରୁ ଦୁଇଟି ଭାଲୁ ଆକ୍ରମଣ କରିଥିଲେ |

ତାଙ୍କ ମୁହଁରେ ଗଭୀର କ୍ଷତ କରି ଲହୁଲୁହାଣ କରିଥିବା ବେଳେ ବୃଦ୍ଧଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Comments are closed.