୧୫ ଲିଟର ମଦ ଜବତ, ଜଣେ ଗିରଫ

0
112
୧୫ ଲିଟର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୫/୮) : ବିନିକା ଅବକାରୀ ବିଭାଗ ପକ୍ଷରୁ ୧୫ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହିତ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଳେ ରାମପୁର ଥାନା ଅନ୍ତର୍ଗତ ସମରଚିପା ଗ୍ରାମ ର ପ୍ରହଲ୍ଲାଦ ମହାକୁଡ଼ । ସୂଚନା ଅନୁସାରେ ଅବକାରୀ ଆରକ୍ଷୀ ଅଧିକ୍ଷକ ସୁମତି ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇ ଙ୍କ ତତ୍ତ୍ୱାବଧାନରେ ସମରଚିପା ଗ୍ରାମରେ ଚଢ଼ାଉ କରାଯାଇଥିଲା । ସେଠାରେ ପ୍ରହଲ୍ଲାଦ ଙ୍କ ଠାରୁ ୧୫ ଲିଟର ମଦ ଜବତ କରିବା ସହିତ ତାଙ୍କୁ ଗିରଫ କରି ରାମପୁର କୋର୍ଟ କୁ ଚାଲାଣ କରାଯାଇଥିଲା ।

ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୋନପୁର ବିଚାର ବିଭାଗୀୟ ଜେଲ କୁ ପଠାଯାଇଛି । ଏହି ଚଢ଼ାଉରେ ନିରୀକ୍ଷକ ରାଧାକାନ୍ତ ଭୋଇ, ଉପ ନିରୀକ୍ଷକ ଗୋବର୍ଦ୍ଧନ ରଣା, ଏଏସଆଇ କେଶବ ଧରୁଆ, କନଷ୍ଟେବଳ ଭେଙ୍କଟ ରମନ ବେହେରା, ପ୍ରଶାନ୍ତ ପରିଡା, ପିଣ୍ଟୁ ସାହୁ, ମମତା ବାଘ ପ୍ରମୁଖ ସାମିଲ ଥିଲେ ।