Advertisements
Friday, June 5, 2020
Home District News ଜ଼ିଲ୍ଲା ଯୋଜନା ବୋର୍ଡ଼ ନିମନ୍ତେ ଅଧକ୍ଷ ରାୟଗଡ଼ ପାଇଁ ମନ୍ତ୍ରୀ ପଦ୍ମିନୀ ଓ ଗଜପତି ପାଇଁ...

ଜ଼ିଲ୍ଲା ଯୋଜନା ବୋର୍ଡ଼ ନିମନ୍ତେ ଅଧକ୍ଷ ରାୟଗଡ଼ ପାଇଁ ମନ୍ତ୍ରୀ ପଦ୍ମିନୀ ଓ ଗଜପତି ପାଇଁ ଜଗନ୍ନାଥ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୧୦/୦୮): ରାଜ୍ୟ ସରକାରଙ୍କ ତରଫରୁ ଗତ କାଲି ବିଧିବଦ୍ଧ ଭାବେ ଜ଼ିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି |

ରାୟଗଡା ଜ଼ିଲ୍ଲା ନିମନ୍ତେ କୋଟପାଡ଼ ବିଧୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ନିଯୁକ୍ତି ଦିଆଯାଇଛି | ଠିକ ସେହିପରି ଗଜପତି ଜ଼ିଲ୍ଲା ନିମନ୍ତେ ବିଷମକଟକ ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ନିଯୁକ୍ତି ଦିଆଯାଇଛି | ରାୟଗଡା ଜ଼ିଲ୍ଲାରେ ଯୋଜନା ବୋର୍ଡ଼ ଅଧକ୍ଷ ରୂପେ ପୂର୍ବତନ ମନ୍ତ୍ରୀ ତଥା ରାୟଗଡା ବିଧାୟକ ଲାଲବିହାରୀ ହିମିରିକା ରହିଥିଲେ | ରାୟଗଡା ଜ଼ିଲ୍ଲାରେ ନିର୍ବାଚନ ଓ ଅନ୍ୟ କେତକ କାରଣ ପାଇଁ ଯୋଜନା ବୋର୍ଡ଼ ବୈଠକ ହୋଇ ପାରି ନ ଥିଲା | ନବ ନିଯୁକ୍ତ ଅଧକ୍ଷ ନିଯୁକ୍ତି ପରେ ଜ଼ିଲ୍ଲା ଯୋଜନା ବୋର୍ଡ଼ ବୈଠକ ଅନୁଷ୍ଠିତ ହେବ ବୋଲି ଜଣା ପଡିଛି | ଏକ ସାକ୍ଷାତ କାରରେ ଓଡିଶା ନ୍ୟୁଜ ୨୪କୁ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଭରସା କରି ଗଜପତି ଜ଼ିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ନିଯୁକ୍ତି ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଉଛି ଓ ଏହି ଗୁରୁ ଦାଇତ୍ୱ ସୁଚାର ରୂପେ ତୁଲାଇ ଗଜପତି ଜ଼ିଲ୍ଲାର ଉନ୍ନତି କିପରି ହେବ ତାହା ନେଇ ଯୋଜନା ବୋର୍ଡ଼ ମିଟିଙ୍ଗରେ ଆଲୋଚନା କରି କାର୍ଯ୍ୟକାରି କରିବି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: