ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା କ୍ରୀଡ଼ା ସପ୍ତାହ ର ଶୁଭାରମ୍ଭ

0
129
ଜାତୀୟ କ୍ରୀଡ଼ା ଦିବସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୮) : ଜାତୀୟ କ୍ରୀଡ଼ା ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ଅଗଷ୍ଟ ତା ୨୫ ରୁ ତା ୩୦ ପର୍ଯ୍ୟନ୍ତ ଜିଲ୍ଲାରେ ସପ୍ତାହ ବ୍ୟାପି ବହୁମୁଖୀ କ୍ରୀଡ଼ା ଆୟୋଜନ ସହ କ୍ରୀଡା ସପ୍ତାହ ପାଳନ କରାଯାଉଛି lWhatsApp Image 2022 08 26 at 9.11.41 AM 1 ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା କ୍ରୀଡ଼ା ସପ୍ତାହ ର ଶୁଭାରମ୍ଭ

ଆଜି ଅପରାହ୍ନରେ ପାୱାର ଲିଫଟିଙ୍ଗ ଇଭେଣ୍ଟ ରୁ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓକ୍ସି ଜିମ ପଟାଭାଡ଼ି ଠାରେ ପାୱାର ଲିଫଟିଙ୍ଗ କରି କ୍ରୀଡ଼ା ସପ୍ତାହ ର ଶୁଭାରମ୍ଭ କରିଛନ୍ତି l ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ବହୁମୁଖୀ କ୍ରୀଡ଼ା ଆୟୋଜନ କରାଯାଉଥିବା ବେଳେ ଆସନ୍ତାକାଲି ତା ୨୭/୮/୨୨ ରେ ଟ୍ରାକ ଓ ଫିଲଡ଼ ଇଭେଣ୍ଟ ସହ ଖୋକୋ, କବାଡି, ବେଡ଼ମୀଣ୍ଟନ ପ୍ରଭୁତି ଅନୁଷ୍ଠିତ ହେବ l

ତା ୨୮/୮/୨୨ ରେ ପୁନଶ୍ଚ ବେଡ଼ମୀଣ୍ଟନ ସହ ଚେସ, ବକ୍ସିଂ, ସ୍ବିମିଙ୍ଗ ଏବଂ ତା ୨୯/୮/୨୨ ରେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଅନୁଷ୍ଠିତ ପାୱାର ଲିଫଟିଙ୍ଗ ଇଭେଣ୍ଟ ର ମହିଳା ବର୍ଗରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ସହ ୨୦ ପ୍ରତିଭାଗୀ ଓ ପୁରୁଷ ବର୍ଗରେ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ବାଲ୍ୟ ବିବାହ ପରାମର୍ଶଦାତା ରାକେଶ ପ୍ରଧାନ ସହ ୩୦ ପୁରୁଷ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ l

ଏହି ଉଦଘାଟନୀ ତଥା କ୍ରୀଡା ସପ୍ତାହ ର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଉପଜିଲ୍ଲାପାଳ ବୀର ମହାରାଜପୁର ଅଶୋକ ଭୋଇ, ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କ୍ରୀଡ଼ା ଅଧିକାରୀ ଅଭିଳାଷ ପୁରୋହିତ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lWhatsApp Image 2022 08 26 at 9.11.40 AM ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା କ୍ରୀଡ଼ା ସପ୍ତାହ ର ଶୁଭାରମ୍ଭ

ପାୱାର ଲିଫ୍ଟର ଉଦ୍ଧବ ମେହେର, ମାମି ମେହେର, ଭବାନୀ ଶଙ୍କର ସାହୁ, ପୃଥ୍ଵୀରାଜ ମଲ୍ଲିକ, ଅନୀଲ ନାଏକ ପ୍ରମୁଖ ପାୱାର ଲିଫଟିଙ୍ଗ ଇଭେଣ୍ଟ ର ପରିଚାଳନା କରିଥିବା ବେଳେ ଜିମ ର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l