Related Contents

ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ମନ୍ତ୍ରୀ ଓ ଜିଲ୍ଲା ପର୍ଯ୍ୟବେକ୍ଷକ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ,
ରାୟଗଡ଼(୦୯/୦୮): ଗତ ଦୁଇ ଦିନର ଲଗାଣ ବର୍ଷାରେ ରାୟଗଡ଼ ଜ଼ିଲ୍ଲାର ବିଷମକଟକ ବ୍ଲକର କୁରଲି ପଂଚାୟତକୁ ପରିଦର୍ଶନରେ ଗତ ୦୮ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନାଥ ସାରକା ବନ୍ୟାରେ କ୍ଷତି ଗ୍ରସ୍ତ ଅଂଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରଥିଲେ |

ଖଜୁରୀ ଗ୍ରାମକୁ ଯିବା ପୋଲ ଭାଙ୍ଗି ଯାଇଥିବାରୁ ଏହାକୁ ତୁରନ୍ତ ମରାମତି କରିବା ପାଇଁ ପୂର୍ତ୍ତି ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ | କୁରଲି ପଂଚାୟତକୁ ସଂଯୋଗ ରାସ୍ତାକୁ ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତା ମରାମତି ନିମନ୍ତେ ନିର୍ଦେଶ ଦେଇଥିଲେ | ଏହି ସମୟରେ ଓ ପି ଲି ପିର ସୁଦର୍ଶନ ପାଢ଼ୀ ବିଷମକଟକ ବିଡ଼ିଓ ମଧ୍ୟ୍ୟ ମନ୍ତ୍ରୀଙ୍କ ସହ ବନ୍ୟା ଅଂଚଳ ବୁଲିଥିଲେ | ଗତ ଦୁଇ ଦିନରେ ଜିଲ୍ଲାରେ ଲଗଣା ବର୍ଷାପରେ ବଂଶଧାରା ନଦୀରେ ବନ୍ୟାପରେ ବହୁ କ୍ଷୟକ୍ଷତି ହୋଇଥିଲା । ବିଭିନ୍ନ ଅଞ୍ଚଳରେ ପାଣିପଶି ଜମି ଜଳମଗ୍ନ ହୋଇ ବହୁକ୍ଷତି ହୋଇଥିବା ଅଭିଯୋଗ ହୋଇଛି । ବହୁ ଘରଭାଙ୍ଗି ନଷ୍ଟ ହୋଇଥିବା ମଧ୍ୟ ଅଭିଯୋଗ ହୋବାପରେ ଆଜି ଆଦିବାସି ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ଜିଲ୍ଲା ପର୍ଯବେକ୍ଷକ ସଞ୍ଜୟ ଦାସ ବର୍ମା, ଯୋଜନା ବର୍ଡ ସଦସ୍ୟ ସୁଧିରଦାସ, ଅଶ୍ୱନି ଗମାଙ୍ଗ, ଗୋଦାବରୀ ରାଉତ, କୁନା ପାଣିଗ୍ରାହୀ, ଗଗନ ଆଚର୍ଯ୍ୟ ପ୍ରମୁଖ ଆସି ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ପ୍ରଥମେ ପଦ୍ମପୁରବ୍ଲକ ଖମାପଦର ଅଞ୍ଚଳ ପରିଦର୍ଶନ କରିଥିଲେ | ପରେ ଗୁଡାରୀ ବଂଶଧାରା ନଦୀକୂଳିଆ ଅଞ୍ଚଳ ପରିଦର୍ଶନ କରିଥିଲେ । ପରେ ନାଇରା ପରିଦର୍ଶନ ସମୟରେ ନାଇରା ଗ୍ରାମକୁ ଲାଗି ରହିଥିବା ବଂଶଧାରା ନଦୀ ତଟକୁ ଯାଇ ପରିସ୍ଥିତି ତଦାରଖ କରିଥିଲେ |

ବନ୍ୟା ଦାଉରୁ ରକ୍ଷା ପାଇଁ ପଥର ସ୍ତର ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ | ପରେ କଂଗ୍ରେସର ଗଡ଼ କୁହାଯାଉଥିବା ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଜନତା ଦଳର ବିଜୟ ବାନା ଉଡ଼ାଇଥିବା ସ୍ବର୍ଗତ ଯଯାତି ସାହୁଙ୍କ ପ୍ରତିମୂର୍ତ୍ତି ପାଖକୁ ଯାଇ ପ୍ରଣିପାତ ଜଣାଇଥିଲେ | ପ୍ରତିମୂର୍ତ୍ତି ପାଖରେ ବିଧାୟକ ପାଣ୍ଠିରୁ ଏହାର ଉନ୍ନତି ପାଇଁ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗକୁ କହିଥିଲେ | ଏହି ସମୟରେ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ସୁବାଷ ଶବର ଶ୍ୟାମ ମହାନ୍ତି ବିଜୟ ଶବର ରାଜୀବ ସାହୁ ମିନାକ୍ଷୀ ପଣ୍ଡା କହିଥିଲେ | ଡେରିଗାଁରେ ପାଣିପଶି ଥିବା ଅଞ୍ଚଳ ପରିଦର୍ଶନ କରିଥିଲେ । ସେଠାରେ ପରିବା ଚାଷୀ ମାନଙ୍କ ସହ କଥାବାର୍ତ୍ତା ପରେ ମୁନିଗୁଡା ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ଜଗଦଳପୁର ପଂଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି କ୍ଷୟକ୍ଷତିର ଅନୁସନ୍ଧାନ କରି ଖାଦି କମ୍ବଳ ବାଣ୍ଟିଥିଲେ | ତାପରେ ରାୟଗଡ ଫେରି ସନ୍ଧ୍ୟା ସମୟରେ ସ୍ଥାନୀୟ ସର୍କିଟ ହାଉସଠାରେ ମନ୍ତ୍ରୀ ଶ୍ରୀ ସାରକା ବିଜେଡି ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା ରାଜ୍ୟ ଯୋଜନା ବୋର୍ଡ଼ ସଭ୍ୟ ସୁଧୀର ଦାସ ଜ଼ିଲ୍ଲା ପ୍ରଶାସନ ସହ ବନ୍ୟାର କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ | ଏହି ଆଲୋଚନା ସମୟରେ ଅତିରିକ୍ତ ଜ଼ିଲ୍ଲା ପାଳ ସୁଧାକର ଶବର ପି ଡି ଡି ଆର ଡି ଏ ଅମ୍ରିତ ଋତୁରାଜ ରାୟଗଡା ଉପଜ଼ିଲ୍ଲାପାଳ ଓ ଗୁଣୁପୁର ଉପଜ଼ିଲ୍ଲାପାଳ ବି ସିଦ୍ଧେ ସ୍ୱର ବଳିରାମ ଉପସ୍ଥିତ ଥିଲେ | କ୍ଷୟକ୍ଷତିର ଆକଳନପରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତି ପୁରଣ ଦିଆଯିବ ବୋଲି ଆଦିବାସି ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ସଞ୍ଜୟ ଦାସବର୍ମା କହିଛନ୍ତି ।

Comments are closed.