ଜନସେବା ସିବିଓ କାର୍ଯ୍ୟକର୍ତ୍ତା ଙ୍କ ମିଳିତ ବୈଠକ ଅନୁଷ୍ଠିତ

0
118
ଜନସେବା ସିବିଓ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୨୭/୦୮) : ଟିଟିଲାଗଡ଼ ସବ ଡିଭିଜନ ଅନ୍ତର୍ଗତ ବେଲଗାଁ କଲେଜ ପରିଚାଳନା କମିଟି ସଦସ୍ୟ ଙ୍କ ସହ ବଲାଙ୍ଗୀର ଜିଲ୍ଲା ର ଜନସେବା ସିବିଓ କାର୍ଯ୍ୟକର୍ତ୍ତା ଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ଜନସେବା ସିବିଓ କାର୍ଯ୍ୟକର୍ତ୍ତା ଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ବର୍ଷକୁ ମାତ୍ର ଥରେ ଚାଷ ହୋଇଥାଏ । ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ସତ୍ତ୍ୱେ ଏ ସମସ୍ୟା ସମାଧାନ ହୋଇ ପାରୁନି । ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରାଯାଉଥିବା ସତ୍ତ୍ୱେ ନିୟମିତ କାମ ଅଭାବରୁ ଦୈନିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ସପରିବାର ଚାଲିଯାଉଛନ୍ତି ।

ଏହି ସମସ୍ୟା ଯୋଗୁଁ ସର୍ବନିମ୍ନ ଶିକ୍ଷା ଗ୍ରହଣ କରିବାରୁ କୋମଳମତି ସନ୍ତାନ ବଞ୍ଚିତ ହେଉଛନ୍ତି । ପାଠ ପଢା ଛାଡ଼ିଦେଇ ପରିବାର ଲୋକଙ୍କ ସହ ଚାଲିଯିବା ନୂତନ ଭାବେ ପାଠ ପଢିବା ପାଇଁ ସ୍କୁଲ, କଲେଜ ଗୁଡିକରେ ନାମ ନ ଲେଖାଇବା ସାର ହେଉଛି । ଏଣୁ ଏହି ଜିଲ୍ଲାରେ ଦାଦନ ଶ୍ରମିକ ସମସ୍ୟା ର ସ୍ଥାୟୀ ଭାବେ ସମାଧାନ ତଥା ସମସ୍ତଙ୍କୁ ସର୍ବନିମ୍ନ ଶିକ୍ଷା କିଭଳି ଭାବେ ସମସ୍ତେ ପାଇପାରିବେ ସେଥିପାଇଁ ବଲାଙ୍ଗୀର ଜିଲ୍ଲା ଜନସେବା ସି ବି ଓ ତରଫରୁ ଜିଲ୍ଲା ର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ନେଇ ସର୍ଭେ ଆରମ୍ଭ କରାଯାଇଛି ।

ଜିଲ୍ଲା ର ଏହି ବିଦ୍ୟାଳୟ ଗୁଡ଼ିକରେ ହଷ୍ଟେଲ ବ୍ୟବସ୍ଥା କରିବା, ଆର୍ଥିକ ଅନଗ୍ରସର ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ସମସ୍ତ ପ୍ରକାର ଦେୟ ବା ଫିସ ପୈଠ କରିବାକୁ ନେଇ ସର୍ଭେ ଆରମ୍ଭ କରାଯାଇଛି । ଏ ନେଇ ଉକ୍ତ ଜନସେବା ସ୍ୱେଚ୍ଛାସେବୀ ସଂସ୍ଥା କାର୍ଯ୍ୟକର୍ତ୍ତା ଓ ବେଲଗାଁ କଲେଜ କର୍ତ୍ତୃପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ।