ଶହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ କଲେଜରେ ସୁଷମାଙ୍କ ଶୋକଶଭା

ରିପୋର୍ଟ: ଏନ. ସନ୍ତୋଷ କୁମାର
ବୈପାରୀଗୁଡା(୦୯/୦୮): ବୈପାରୀଗୁଡା ଶହୀଦ ଲଷ୍ମଣ ନାୟକ ଡିଗ୍ରୀ କଲେଜରେ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି |

ଆଜି ସକାଳେ ସ୍ଥାନୀୟ ଡିଗ୍ରୀ କଲେଜ ପରିସରରେ ଆୟୋଜିତ ଏହି ଶୋକସଭାରେ କଲେଜ ସଭାପତି ମନୋଜ କୁମାର ମହାପାତ୍ର, ସମ୍ପାଦକ ସୁନୀଲ ମିଶ୍ରଙ୍କ ଓ କଲେଜ ଅଧକ୍ଷା ସ୍ନେହଲତା ପଟ୍ଟନାୟକଙ୍କ ଉପସ୍ଥିତରେ ଏକ ନିରବ ପ୍ରାର୍ଥନା କରାଯାଇଥିଲା | ସ୍ୱର୍ଗତ ସୁଷମାଙ୍କ ଫୋଟରେ ପୁଷ୍ପାଞ୍ଜଳି ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସୃତି ଚାରଣ କରିଥିଲେ | ଭାରତୀୟ ରାଜନୀତିରେ ସ୍ବର୍ଗତ ସୁଷମାଙ୍କ ଅବଦାନ ଅତୁଳନୀୟ ଓ ତାଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମସ୍ତ ଭାରତୀୟଙ୍କୁ ଆକର୍ଷିତ କରିଥିଲା ବୋଲି ଉପସ୍ଥିତ ଅତିଥି କହିଥିଲେ |

ଏହି କାର୍ଯ୍ୟକର୍ମରେ ୧୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ଥିବାବେଳେ କଲେଜର ଅଧ୍ୟାପକ ମଧ୍ୟରୁ ମନଷl ଆଚାର୍ଯ୍ୟ, ମୌସୁମୀ ମହାନ୍ତି, ହିମାଂଶୁ ଶେଖର ବକ୍ସି ଯୋଗଦେଇଥିଲେ |

Comments are closed.