Related Contents

ରାତି ୧୨ଟାରେ ରକ୍ତଦାନ କରି କିଶୋରୀ ବାଳିକାର ଜୀବନ ବଞ୍ଚାଇଲେ ସ୍ବେଚ୍ଛାସେବୀ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୯/୦୮): ବୈପାରୀଗୁଡା ବିରଖମ୍ବ ସାହିର ଶ୍ରୀକାନ୍ତ ପଣ୍ଡା ନାମକ ଜଣେ ସ୍ବେଛାସେବୀ ଗତକାଲି ରାତି ବାରଟାରେ ଜୟପୁର ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ କିଶୋରୀ ବାଳିକାକୁ ରକ୍ତଦାନ କରି ଜୀବନ ବଞ୍ଚାଇଥିବା ଜଣାପଡିଛି |

ଗତକାଲି ଅପରାହ୍ନରେ ବୈପାରୀଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ପପିଲିଗୁଡାର ମଦନ ଖରାଙ୍କ ଝିଅ ଧନମଣି ଖରା (୧୬)ଙ୍କ ହଠାତ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଯୋଗୁଁ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାଏନ୍ସରେ ନିଆଯାଇଥିଲା କିନ୍ତୁ ଝିଅର ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ସେଠାରୁ ଡାକ୍ତର ସାଙ୍ଗେ ସାଙ୍ଗେ ଜୟପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଧନମଣିର ରକ୍ତ ହୀନତା ଯୋଗୁଁ ଏପରି ହୋଇଛି ଏବଂ ସାଙ୍ଗେ ସାଙ୍ଗେ ରକ୍ତ ଆବଶ୍ୟକ ନ ହେଲେ ଜୀବନ ପାଇଁ ବିପଦ ବୋଲି ଡାକ୍ତର କହିଲା ପରେ ରାତି ଏଗାରଟାରେ ଚିନ୍ତାରେ ପୋଡ଼ିଯାଇଥିଲେ ପରିବାର ଲୋକେ |

ଏହି ଖବରକୁ କିଛି ଯୁବକ ସୋସିଆଲ ମିଡିଆରେ ପୋଷ୍ଟ କଲା ପରେ ବୈପାରୀଗୁଡାର ଚନ୍ଦ୍ର ପାଙ୍ଗି ଓ ଶ୍ରୀକାନ୍ତ ପଣ୍ଡା ରାତି ବାରଟାରେ ବର୍ଷା ସତ୍ୱେ ବାଇକରେ ୨୨କିଲୋମିଟର ଦୂରେ ଥିବା ଜୟପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରକ୍ତଦାନ କରି ଝିଅର ଜୀବନ ବଞ୍ଚାଇଥିଲେ | ଏପରି ରକ୍ତଦାନ ପରି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ହୋଇଛି |

Comments are closed.