ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୫/୮) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଏବଂ ଏ ଆଇ ସି ଟି ଇ ମିଳିତରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍-୨୦୨୨ ମହାଆଡମ୍ବରରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ପୁଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା ଯୋଗ ଦେଇ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବର୍ତ୍ତମାନ ଯୁଗରେ ନୂତନ ବୈଷୟିକ ଜ୍ଞାନ କୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ପ୍ରଯୁକ୍ତି ବିଦ୍ୟାକୁ ଯୁବପିଡିମାନେ ଆପଣେଇବା ପାଇଁ ଆହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ବିଶ୍ଵବିଦ୍ୟାଳୟ ର ସଭାପତି ଡଃ ସତ୍ୟପ୍ରକାଶ ପଣ୍ଡା ଯୋଗ ଦେଇ ନୂତନ ଉଦ୍ଭାବନ ହିଁ ସମାଜକୁ ଆଗେଇ ନେଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଉପ-ସଭାପତି ଡଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଭିନବକରଣରେ ବ୍ରତୀ ହେବା ନିମନ୍ତେ ଉପଦେଶ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଭାରତ ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ଅଟଳ ଇନୋଭେସନ ମିଶନ ର ନିର୍ଦ୍ଦେଶକ ଡ଼ଃ ଚିନ୍ତନ ବୈଷ୍ଣବ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମ ର ଉପଯୋଗୀତା ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ ।
ଜିଆଇଇଟି ବିଶ୍ୱବିଦ୍ୟାଳୟ ନୋଡାଲ ସେଣ୍ଟର ମୁଖ୍ୟ ଦେବାଙ୍ଗ ଦେବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଭଵିଷ୍ୟତ ସ୍ୱପ୍ନକୁ ଆଜିର ଯୁବ ପିଡି ସାକାର କରିପାରିବେ । ସେଥିପାଇଁ ଦେଶରେ ୭୫ ଟି ସ୍ଥାନରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍ ର ନୋଡାଲ ସେଣ୍ଟର ଆୟୋଜନ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମ ଦେଶ ର ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ସମସ୍ୟା ସମାଧାନ ଦିଗରେ ସହାୟକ ହେବା ସହିତ ଏହା ଯୁବ ନେତୃବର୍ଗ ସୃଷ୍ଟି କରିବା ସହ ବିଦ୍ୟର୍ଥୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ର ବିକାଶ, ପ୍ରଦର୍ଶିନୀ କରିବାର ସୁଯୋଗ, ଦକ୍ଷତା ବୃଦ୍ଧି ଏବଂ ସ୍ୱାବଲମ୍ବନ ହେବାର ସୁଯୋଗ ସୃଷ୍ଟି କରିବ ନେଇ କହିଥିଲେ ।
କୂଳପତି ଡଃ ଗୌତମ ଘୋଷ ପ୍ରମୁଖ ମଞ୍ଚାସିନ ରହି ଆଜି ର ଏହି ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍ ବିଷୟରେ କହିଥିଲେ । ବିଶ୍ଵବିଦ୍ୟାଳୟ ନୋଡାଲ ସେଣ୍ଟର ଇନଚାର୍ଜ ଡଃ ଶୁଭ୍ରଜିତ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟରେ ମହା ନିର୍ଦ୍ଦେଶକ ଡଃ ଜଗଦିଶ ପଣ୍ଡା, ରେଜିଷ୍ଟାର ଡଃ ଏନ.ଭି. ଜଗନ୍ନାଥ ରାଓ, ସମସ୍ତ ବିଭାଗ ର ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହା ସହ ଦେଶ ର ୭୫ଟି ନୋଡଲ ସେଣ୍ଟର ଗୁଡିକୁ ଆଭାସୀ ମାଧ୍ୟ୍ୟମରେ ଏ ଆଇ ସି ଟି ଇ ର ଅଧ୍ୟକ୍ଷ ପ୍ରଫେସର ଅନିଲ ଡି. ସହସ୍ର ବଧେ, ପେରସିସ୍ଟିଏଣ୍ଟ ସ୍ଵଷ୍ଟମ ଅଧ୍ୟକ୍ଷ ଡ଼ଃ .ଆନନ୍ଦ ଦେଶପାଣ୍ଡେ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ର ସଚିବ ଏକା ସାଙ୍ଗରେ ଶୁଭାରମ୍ଭ କରିଥିଲେ । ଉତ୍ସବରେ ପ୍ରାରମ୍ଭରେ ବିଦ୍ୟାଳୟ ର ପରିସର ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅତିଥିଙ୍କ ଦ୍ୱାରା ପୁଷ୍ପମାଲ ଅର୍ପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଦେଶ ର ବିଭିନ୍ନ ପ୍ରମୁଖ ଅଗ୍ରଣୀ ବୈଷୟିକ ଅନୁଷ୍ଠାନରୁ ୨୦୯ ଜଣ ପ୍ରତିଯୋଗୀକୁ ନେଇ ୩୧ ଟିମ ସହ ୩୭ ଜଣ ମେଣ୍ଟର ଯୋଗ ଦେଇଛନ୍ତି ଏବଂ ସେମାନେ ମନ୍ତ୍ରାଳୟ ଏବଂ ଶିଳ୍ପ ଗୁଡିକର ବିଭିନ ସମସ୍ୟା ବୈଷୟିକ ସମାଧାନ କରିବେ । ଭାରତ ସରକାର ଦ୍ୱାରା ଟଙ୍କା ପୁରସ୍କାର ଦିଆଯିବାର ବ୍ୟବସ୍ତା ରହିଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଦୁଇ ଦିନ ଧରି ଚାଲୁରହିବ । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିଯୋଗିତା ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।