Related Contents

ଲୋଇସିଂହାର ବିଶାଳ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରା

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୦୯/୦୮): ଆନ୍ତର୍ଜାତିୟ ଆଦିବାସୀ ଦିବସ ଅବସରରେ ବଲାଂଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଲୋଇସିଂହା ଠାରେ ବିଶାଳ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।

ସ୍ଥାନୀୟ ଆଦିବାସୀ ଭବନ ଠାରୁ ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବେଶଭୁଷା ଓ ଡାକବାଦ୍ୟ ସହିତ ଏକ ଶୋଭାଯାତ୍ରାରେ ଜମିଦାରଙ୍କ ବାସଭବନକୁ ଯାଇ ତାଙ୍କ ଅଧିଷ୍ଠାତ୍ରୀ ଦେବତା ବଦଦେଓଙ୍କ ପୂଜାର୍ଚନା କରିଥିଲେ । ପରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ମହାସଂଘର ଲୋଇସିଂହା ବ୍ଲକ ସଭାପତି କାହ୍ନୁ ପଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର, ମୁଖ୍ୟ ବକ୍ତା ଭାବେ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ଏବଂ ସମ୍ମାନିତ ଅତିଥି ଭାବେ ସଙ୍ଘର ଜିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇ, ପଦ୍ମନ ପଧାନୀ, ବଳଦେବ ଭୋଇ, କାର୍ତିକ ମଲ୍ଲିକ, ଶ୍ୟାମସୁନ୍ଦର ଭୋଇ, ଜିଲା ପରିଷଦ ସଭ୍ୟ ସତ୍ୟନାରାୟଣ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

୨୦୧୯ ବର୍ଷକୁ ବିଶ୍ୱ ଆଦିବାସୀ ଭାଷା ସୁରକ୍ଷା ବର୍ଷ ଭାବେ ପାଳନ କରିବାକୁ ମିଳିତ ଜାତିସଂଘ ରାଷ୍ଟ୍ର ସମୂହ ଘୋଷଣା କରିଥିବାରୁ ଆଦିବାସୀ ଭାଷାରେ ପାଠ୍ୟ ପୁସ୍ତକ ପ୍ରଚଳନ ସାଙ୍ଗକୁ ବର୍ଷ ସାରା ଭାଷା ସୁରକ୍ଷା ଦିବସ ପାଳନ କରାଯିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନେଶ୍ୱର ମାଝୀ, ଥବିର ପୂଜାରୀ, ନିତ୍ୟା ମାଝୀ, ବନାଳତା ମାଝୀ, ମନବୋଧ ବରିହା, ରାମଚନ୍ଦ୍ର ଧରୁଆ, ଜୟକୁମାର ବରିହା, ସୁକୁମାରୀ ଧରୁଆ, ଭୁବନେଶ୍ୱର ଧରୁଆ, ଦଶରଥ ଛତ୍ରୀଆ ପ୍ରମୁଖ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ଦିବଂଗତ ଶହୀଦ ଯବାନ ଯୁଧିଷ୍ଠିର ଧରୁଆଙ୍କ ଅକାଳ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯିବା ପରେ ଆଦିବାସୀ ପତାକା ଉତ୍ତୋଳନ କରାଯାଇଥିଲା । ବିନୋଦ ବିହାରୀ ମଲ୍ଲିକ ସଭକାର୍ଯ୍ୟ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.