ଦାଦନ ଖଟିବାକୁ ଯାଇ ଜୀବନ ଗଲା

ରିପୋର୍ଟ: କପିଳେନ୍ଦ୍ର ଦେବ ସାମନ୍ତରାୟ
ଲମତାପୁଟ(୦୯/୦୮): ଦାଦନ ଖଟିବାକୁ ଯାଇ ଜୀବନ ହାରଇଲେ ମଧୁ | ଏଭଳି ଘଟଣା ଘଟିଛି ଲମତାପୁଟ ବ୍ଲକର ଜଲହନଜର ପଂଚାୟତର ଜଲହନଜର ଗାଁରେ |

ଅଧିକ ରୋଜଗାର ଆଶାରେ ଘରୁ ବାହାରି ଥିଲେ ଦାଦନ ଖଟିବାକୁ ସୁଦୂର କେରଳ ରାଜ୍ୟକୁ | ଏକ ସପୁରି ବଗିଚାରେ କାମ କରୁଥିଲେ | କାମ ସାରି ଘରେ ସୋଇଥିଲେ| ରାତିରେ ହଠାତ ଘରର କାନ୍ଥ ଭୁଶୁଡି ଯାଇଥିଲା | କାନ୍ଥ ଭିତରେ ଚାପି ହୋଇ ରହିଗଲେ ମଧୁ | ପାଖରେ ଥିବା ସାଙ୍ଗ ସାଥି ସଂଗେ ସଂଗେ କାନ୍ଥ ଭିତରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ | ଚିକିତ୍ସାଧିନ ଅବସ୍ଥାରେ ଗତ ବୁଧବାର ରାତିରେ୧୦ଟା ସମୟରେ ଆଖି ବୁଜିଥିଲେ ମଧୁ | ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ସେ | ତାକୁ ହରାଇ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ପରିବାର | ଘରେ ମା ଶଯ୍ୟାସାଇ, ସ୍ତ୍ରୀ ମୋତି କିରିସାନୀ ଜଣେ ଭିନ୍ନକ୍ଷମ ଓ ଚାରି ବର୍ଷର ପୁଅଟିଏ ବି ଅଛି | ମଧୁଙ୍କ ପରିବାରକୁ କେବଳ ସରକାରଙ୍କ ଦ୍ଵାରା ଚାଉଳ ମିଳୁଛି | ବୃଦ୍ଧ ମା ବାପାଙ୍କୁ କିମ୍ବା ଭିନ୍ନ କ୍ଷମ ସ୍ତ୍ରୀକୁ କୌଣସି ଭତ୍ତା ମିଳୁ ନ ଥିବା କହିଛନ୍ତି | ମଧୁଙ୍କ ରୋଜଗାରରେ ନିର୍ଭର କରୁଥିଲେ ସମ୍ପୂର୍ଣ୍ଣ ପରିବାର | କେରଳ ସପୁରି ବଗିଚାର ମାଲିକ ମଧୁଙ୍କ ଶବ ଆଣିବା ଲାଗି ଉଦ୍ୟମ କରୁଥିବା ଖବର ମିଳିଛି |

Comments are closed.