Friday, March 29, 2024

Top 5 This Week

Related Posts

ଡିଭାଇଡରରେ ପିଟି ହେଲା ବାଇକ୍‌ : ୨ ମୃତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୫/୦୮) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଡିଭାଇଡରରେ ପିଟି ହେଲା ବାଇକ୍‌ ।

ଏକ ବାଇକ୍ ଭାରସାମ୍ୟ ଡିଭାଇଡରରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବ୍ରହ୍ମପୁର ବ୍ରହ୍ମା ନଗରର ସୁମନ ଦାସ ଓ ହିଞ୍ଜିଳି କଞ୍ଚୁଡୁର ଦଣ୍ଡ ପାଳ । ଆଜି ସକାଳ ପ୍ରାୟ ସାଢ଼େ ୭ ଟା ସମୟ ରେ ସୁମନ ଓ କଞ୍ଚୁଡୁର ବ୍ରହ୍ମପୁର ରୁ ବାହାରି ଛତ୍ରପୁର ଅଭିମୁଖେ ଯାଉଥିଲେ । ବାୟା ରେଷ୍ଟୁରାଣ୍ଟ ନିକଟରେ ବାଇକ୍‌ ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଡିଭାଇଡରେ ପିଟି ହୋଇଯାଇଥିଲା । ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ପୁଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ର ତଦନ୍ତ କରୁଛି ।

Popular Articles