ମାତିଛନ୍ତି ଏଟିଏମ୍ ଲୁଟେରା : ମେସିନ୍‌ ଉଠାଇ ଚମ୍ପଟ

0
156
ମାତିଛନ୍ତି ଏଟିଏମ୍ ଲୁଟେରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୫/୦୮) : ମାତିଛନ୍ତି ଏଟିଏମ୍ ଲୁଟେରା । ଅନ୍ଧାର ରାତି ର ସୁଯୋଗ ନେଇ ଗ୍ୟାସ କଟରରେ ଏଟିଏମ ମେସିନକୁ ତାଡ଼ି ନେଇ ପଳାଇଲେ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲାରେ

ମାତିଛନ୍ତି ଏଟିଏମ୍ ଲୁଟେରା । ଯାଜପୁର ୧୬ ନଂ ଜାତୀୟ ରାଜପଥ ପାର୍ଶ୍ଵ ନେଉଳପୁର ଛକରେ ଥିବା ଏସବିଆଇ ଏଟିଏମ ମେସିନକୁ ଲୁଟେରାମାନେ ତାଡ଼ି ନେଇ ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଏଟିଏମ ମେସିନକୁ ଲୁଟିନେଇ ଯାଇଥିବା ଜଣାଯାଇଛି । ଆଜି ସକାଳେ ସ୍ଥାନୀୟ ବ୍ୟବସାୟୀ ନିଜ ଦୋକାନ ଖୋଲିବାକୁ ଆସିଥିବା ବେଳେ ଏଟିଏମ୍‌ ଥିବା ଘର ସଟର ତାଲା ଭାଙ୍ଗି ତଳେ ପଡ଼ିଥିବା ଦେଖିଥିଲେ ।

ଏ ନେଇ ସଙ୍ଗେ ସଙ୍ଗେ ଘର ମାଲିକଙ୍କୁ ଖବର ଦେଇଥିଲେ । ଘର ମାଲିକ ସଟର ଟେକି ଦେଖନ୍ତି ତ ଏଟିଏମ ମେସିନ ନାହିଁ । ଏ ନେଇ ଘର ମାଲିକ ଧର୍ମଶାଳା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଟିଏମ ମେସିନରେ କେତେ ଟଙ୍କା ଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।