Thursday, March 28, 2024

Top 5 This Week

Related Posts

ଲତା ଭିତରେ ଲୁଚିଥିଲା ମୃତ୍ୟୁ : ଟଳି ପଡ଼ିଲେ ୨ ହାତୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୫/୦୮) : ଖାଦ୍ୟ ଅନ୍ୱେଷଣରେ ଆସିଥିଲେ ହାତୀ ପଲ । ହେଲେ ସେମାନେ ଜାଣି ନଥିଲେ ଗଛ ର ଲତା ଭିତରେ ଲୁଚି ରହିଛି ମୃତ୍ୟୁ ।

ଲତା ଟାଣି ଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ହାତୀଙ୍କ ଜୀବନ । ଏଭଳି ଘଟଣା ଘଟିଛି କେନ୍ଦୁଝର ସଦର ରେଞ୍ଜରେ । ମୃତ୍ୟୁ ଘଟିଥିବା ହାତୀ ଦୁଇଟି ମାଈ ହାତୀ ବୋଲି ସୂଚନା ମିଳିଛି । ସେମାନଙ୍କ ବୟସ ୨୫ ବର୍ଷ ହେବ ବୋଳି ଅନୁମାନ କରାଯାଉଛି । କେନ୍ଦୁଝର ସଦର ରେଞ୍ଜରେ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଫାର୍ମ ରହିଛି । ଏହି ଫାର୍ମରେ ବିଭିନ୍ନ ଗଛ ଲଗାଯାଇଛି । ହାତୀମାନେ ଏହି ଫାର୍ମରେ ଚଳପ୍ରଚଳ କରିଥାନ୍ତି ।

ଗତକାଲି ରାତିରେ ଏକ ହାତୀ ପଲ ଲତା ଖାଇବାକୁ ଆସିଥିଲେ । ହାତୀ ପଲ ଲତା ଟାଣି ଖାଉଥିବା ବେଳେ ଅଳ୍ପ ଉଚାଣିରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଦୁଇ ମାଈ ହାତୀ ଆସିଯାଇଥିଲେ । ସେମାନଙ୍କ ଶୁଣ୍ଢରେ ବିଦ୍ୟୁତ ତାର ଲାଗି ଯାଇଥିଲା । ଘଟଣାସ୍ଥଳରେ ଦୁଇଟି ମାଈ ହାତୀ ର ମୃତ୍ୟୁ ଘଟିଥିଲା । କୃଷି ବିଜ୍ଞାନ କେନ୍ଦ୍ର ର ନିକଟରେ ଏକ ଛାତ୍ରୀ ନିବାସ ରହିଛି ।

ଆଜି ସକାଳେ ଛାତ୍ରୀ ନିବାସ ର କିଛି ପିଲା ହାତୀ ଦୁଇଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଥିବା ଦେଖି ବନ ବିଭାଗକୁ ଫୋନ କରିଥିଲେ । ଖବର ପାଇ କେନ୍ଦୁଝର ରେଞ୍ଜର, ଏସିଏଫ୍‌, ଫରେଷ୍ଟ ଗାର୍ଡ ଓ କିଛି ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସେହି ଲାଇନରେ ଯାଇଥିବା ଲାଇନକୁ କାଟି ହାତୀ ୨ ଟିକୁ ସେଠାରୁ ଉଦ୍ଧାର କରିଥିଲେ । ହାତୀ ଦୁଇଟି ଏତେ କଷ୍ଟ ଯନ୍ତ୍ରଣା ପାଇଥିଲେ ଯେ ଘଟଣାସ୍ଥଳରେ ମଳତ୍ୟାଗ କରି ପକାଇଥିଲେ ।

ହାତୀମାନଙ୍କ ସୁରକ୍ଷା ପାଇଁ ଆଇନକୁ କଡ଼ାକଡ଼ି ଯାଉଥିଲେ ମଧ୍ୟ କିଛି ଫଳପଦ ହେଉନାହିଁ । କେଉଁଠି ଶିକାରୀଙ୍କୁ ଗୁଳିରେ ହାତୀ ମାନଙ୍କ ଜୀବନ ଯାଉଛି ତ ଆଉ କେଉଁଠି ଶକ୍ତି ବିଭାଗ ର ଦାୟିତ୍ୱରେ ଅବହେଳା ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀମାନଙ୍କ ଜୀବନ ଯାଉଛି ।

Popular Articles