Friday, March 29, 2024

Top 5 This Week

Related Posts

ଜିପ୍‌ କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌ : ଚାଲିଗଲା ୯ ଶ୍ରମିକଙ୍କ ଜୀବନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବେଙ୍ଗାଲୁରୁ, (୨୫/୦୮) : ଭୋର ସମୟରେ କର୍ଣ୍ଣାଟକାରେ ଟୁମକୁର ଅଞ୍ଚଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଛିନଛତ୍ର ହୋଇଯାଇଛି ଜିପ୍‌ ।

ଏହି ଘଟଣାରେ ୯ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ପୁଲିସ୍‌ କହିଛି ଯେ ଭୋର ୪ଟାରେ ଏହି ଘଟଣା ଘଟଣା ଘଟିଛି । ମୃତାହତମାନେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଭୋର ସମୟରେ ସେମାନେ ରାଇଚୁରରୁ ଜିପ୍‌ ଯୋଗେ ବେଙ୍ଗାଲୁରୁ ସହରକୁ କାମ ଅନ୍ୱେଷଣରେ ଯାଉଥିଲେ । ତେବେ ଟୁମକୁର ଜାତୀୟ ରାଜପଥରେ ସେମାନଙ୍କ ଜିପ୍‌କୁ ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ୯ ଜଣଙ୍କ ପ୍ରାଣ ହରାଇଛନ୍ତି । ସେହିପରି ଟ୍ରକ୍‌ ଧକ୍କାରେ ଜିପ୍‌ଟି ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୪ ଜଣ ପୁରୁଷ ଓ ଦୁଇ ଜଣ ଛୋଟ ପିଲା ରହିଛନ୍ତି । ଘଟଣାରେ ଆଉ ୧୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଟୁମକୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶିରା ତାଲୁକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ କରୁଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେକଥା ସ୍ପଷ୍ଟ ହୋଇନି । କେବଳ ଜିପ୍‌ରେ ଥିବା ଲୋକମାନେ ମୃତାହତ ହୋଇଛନ୍ତି ନା ଟ୍ରକ୍‌ରେ ବି କିଛି ଲୋକ ଥିଲେ, ସେକଥା ମଧ୍ୟ ଜଣାପଡ଼ିନି ।

Popular Articles