ଲଗାଣ ବର୍ଷାରେ ମୁରିବାହାଲ ଅଞ୍ଚଳର ଅନେକ ଘର ଭାଙ୍ଗିଲା, ସ୍କୁଲ କାର୍ଯ୍ୟାଳୟ ଉପରେ ଗଛ ପଡିଲା

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୦୮/୦୮): ମୁରିବାହାଲ ବ୍ଲକର ଗଡଗଡବାହାଲ ପଞ୍ଚାୟତର ଲଲିତା ମଲିକ ସ୍ୱାମୀ ଶ୍ୟାମ ସୁନ୍ଦର ମଲିକଙ୍କ ଘର ଲଗାଣ ବର୍ଷା ଯୋଗୁଁ ଆଜି ସକାଳୁ ଘର ଭାଙ୍ଗିଯାଇଥିଲା |

ସେହିପରି ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ବିପିନ ଥନାପତିଙ୍କ ଘର ଭାଙ୍ଗିଥିବା ଜଣାପଡିଛି | ଗଁରେଇ ପଞ୍ଚାୟତ ହାଇସ୍କୁଲର କାର୍ଯ୍ୟାଳୟରେ ରାତିରେ ଛାତ ଉପରେ ଗଛପଡ଼ିଥିଲା | ସ୍ଥାନୀୟ ଲୋକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀପକ କୁମାର ପାତ୍ରଙ୍କୁ ଖବର ଦେବାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା | ମୁରିବାହାଲ ଅଗ୍ନିଶମ ବିଭାଗ ଯାଇ ପଡିଥିବା ଗଛକୁ ସଫା କରିଥିଲେ | କୌଣସି କ୍ଷୟକ୍ଷତିର ଏପର୍ଯ୍ୟନ୍ତ ସୂଚନା ନ ଥିବା ଜଣାପଡିଛି |

Comments are closed.