ବିନିକା ବ୍ଲକ ରେ ଏମଜିଏନଆରଇଜି ଏସ ତରଫରୁ ଜଣ ଶୁଣାଣୀ ଶିବିର ଅନୁଷ୍ଠିତ

0
125
ବିନିକା ବ୍ଲକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୮) : ବିନିକା ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ସାମାଜିକ ସହାୟତା ଯୋଜନା, ପଞ୍ଚଦଶ ଅର୍ଥ ଆୟୋଗ, ସମନିତ୍ୱ ଶିଶୁ ବିକାଶ ଓ ମମତା ଯୋଜନାରେ ପ୍ରମୁଖ ୨୦୨୧-୨୨ ବର୍ଷରେ ସମ୍ପାଦିତ ହୋଇଥିବା ଯୋଜନା ସମ୍ପର୍କରେ ବିନିକା ବ୍ଲକ ରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗଦେଇ ଗତବର୍ଷରେ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ସୂଚନା ଦେଇଥିଲେ ।

ବିଡ଼ିଓ ବ୍ୟାସଦେବ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦ, ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର, ଏମଜିଏନଆରଜିଏ ଆମ୍ବୁଡ଼ସମେନ ବାବୁଲାଲ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଗତି ସହାୟକ ଦ୍ଵିତୀକୃଷ୍ଣ ପଣ୍ଡା ପରିଚାଳନା କରିଥିବା ବେଳେ ଶେଷରେ ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।