Related Contents

ରାୟଗଡ଼। ଜିଲ୍ଲା କାଶୀପୁର ଅନ୍ତର୍ଗତ ସିନ୍ଦୁରଘାତି ଗ୍ରାମ ପଞ୍ଚାୟତର କୋଡିଗୁଡା ଠାରେ ଭୂସ୍ତଳନ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୦୮/୦୮): ଲଗାଣ ବର୍ଷାରେ ଅଞ୍ଚଳର ଲଗାତାର ଭାବେ ଧନ ଜୀବନ କ୍ଷୟକ୍ଷୀତି ହେଉଥିବା ଜଣାପଡୁଥିବା ବେଳେ ଗତ ବୁଧୁବାର ରାତ୍ର କୌଣସି ସମୟରେ କୋଡିଗୁଡ ଗ୍ରାମରେ ଏକ ଭୂ-ସ୍ତଳନ ହେଇ ଗ୍ରାମର ମାରଣଯୋଡି ନାମକ ଏକ ପାହାଡ ଧସି ଯାଇଛି ।

ଫଳରେ ଡୁମେଙ୍ଗ ମାଝି ଓ ଛେଣ୍ଡିଆ ମାଝି ବାଲାଜୀ ମାଝି କାନ୍ଦ୍ର ମାଝିଙ୍କର ପାହାଡରେ ଥିବା କାଜୁ ଆମ୍ବ ପଣସ ପ୍ରାୟ ୫/୬ ଶହ ଗଛ ମାଟିରେ ଧସି ନଷ୍ଟ ହେଇଯାଇଛି । ସେହିପରି ପାହାଡ ତଳ ଅଞ୍ଚଳର ଝରଣା ବହୁଥିବା ପାଣି ନାଳରେ ଗ୍ରାମବାସୀ ଚାଷ କରୁଥିବା ପ୍ରାୟ ୪୦ ଏକର ଧାନ ସହ ଜମି ସମ୍ପୂର୍ଣ ନଷ୍ଟ ହେଇଯାଇ ମାଟି ପଥର ବାଲି ଚରା ହେଇଯାଇଛି । ଏଥିରେ ସର୍ବାଧିକ ଗ୍ରାମବାସୀଙ୍କ ମଧ୍ୟରୁ ବାୟା ଗଉଡ, ନରଶିଙ୍ଗ ମାଝି,ବାଲଶିଙ୍ଗ ମାଝି, ଛେଣ୍ଡିଆ ମାଝି, ଉର୍ବଇ ମାଝି, ମାନସିଙ୍ଗ ମାଝି,ଳଖମନ ମାଝିମାନିଆ ମାଝି,ସୋନସିଙ୍ଗ ମାଝି, ହୁର୍ବାଇ ମାଝି, ଲାଇ ମାଝି, ଅମରସିଙ୍ଗ ମାଝି,କାହାରଙ୍ଗ ମାଝି,ସୁରୁରାମନାୟକ, ଗୋବିନ୍ଦ ନାଏକ ସମ୍ପୂର୍ଣକ୍ଷତି ହେଇଯାଇଛି । ଖବର ପାଇ ସ୍ଥାନୀୟ ତହସିଦ।ର ଶ୍ରୀ ସୌଭାଗ୍ୟ ବେହେରା ସ୍ଥାନୀୟ ଆରଆଇ ସହ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ ।

Comments are closed.